ପୁଣିଥରେ ସ୍କୁଲ୍ ରେ ମଧ୍ୟାହ୍ନ ଭୋଜନ କରିବେ ପିଲା: ଏପ୍ରିଲ୍‌ରେ ପୁଣି ଆରମ୍ଭ ହେବ ଯୋଜନା

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ, ଖୋଲିଛି ସ୍କୁଲ। ଏହାରି ମଧ୍ୟରେ ପୁଣି ଥରେ ପିଲା ମାନଙ୍କୁ ଦିଆଯିବ ଗରମ ଖାଦ୍ୟ ।ଏପ୍ରିଲ୍‌ରେ ପୁଣି ଆରମ୍ଭ ହେବ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ । ପିଲାମାନଙ୍କ ପାଇଁ ପୁଣିଥରେ ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି ।

ଗଣଶିକ୍ଷା ବିଭାଗ ମିଡ୍‌ ଡେ ମିଲ୍‌ ନୋଡାଲ୍‌ ଅଫିସରଙ୍କ ଚିଠିରୁ ଏହା ଜଣାପଡ଼ିଛି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏମ୍‌ଡିଏମ୍‌ ୟୁନିଟ୍‌ ନୋଡାଲ୍‌ ଅଫିସର୍‌ । କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ରୋଷେଇ ଘର ପରିସ୍କାର ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପିଲାଙ୍କୁ ଗରମ ଖାଦ୍ୟ ଦିଆଯିବାକୁ ଏଥିରେ ଉଲ୍ଲେଖ ରହିଛି ।କୋଭିଡ୍‌ କାରଣରୁ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ରହିଥିଲା

Related Posts