ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କୁ ବଡ଼ ଆଶ୍ୱସ୍ତି: କୃଷ୍ଣସାର ମୃଗ ଶିକାର ମାମଲାର ସ୍ଥାନାନ୍ତର ଆବେଦନକୁ ମିଳିଲା ମଞ୍ଜୁର

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କୁ ମିଳିଛି ଖୁସି ଖବର ।କୃଷ୍ଣସାର ମୃଗ ଶିକାର ମାମଲାରେ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ମାମଲା ସ୍ଥାନାନ୍ତର ଆବେଦନକୁ ମଞ୍ଜୁର ପ୍ରଦାନ କରିଛନ୍ତି ରାଜସ୍ଥାନ ହାଇକୋର୍ଟ। ଏଣିକି ମାମଲା ସମ୍ପର୍କିତ ସମସ୍ତ ସେସନ କୋର୍ଟ ଆବେଦନର ଶୁଣାଣି ହାଇକୋର୍ଟରେ ହିଁ ହେବ।

କୃଷ୍ଣସାର ମୃଗ ଶିକାର ଘଟଣାରେ ସମସ୍ତ ସେସନ କୋର୍ଟ ଆବେଦନକୁ ସ୍ଥାନାନ୍ତର କରିବା ପାଇଁ ସଲମାନ କୋର୍ଟରେ ଆବେଦନ କରିଥିଲେ। ରାଜସ୍ଥାନ ହାଇକୋର୍ଟ ଆଜି ଏହାକୁ ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୮ ମସିହାରେ ଫିଲ୍ମ ହମ୍ ସାଥ୍ ସାଥ୍ ହେ ଶୁଟିଂ ଚାଲିଥିବା ବେଳେ ସଲମାନଙ୍କ ବିରୋଧରେ ରାଜସ୍ତାନର କନକନିରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ୧୯୭୨ର ସେକ୍ସନ ୯/୫ ଲଗାଯାଇଥିଲା। ଆର୍ମସ ଆକ୍ଟର ଧାରା ୩/୨୫ ଏବଂ ୩/୨୭ ଅଧିନରେ ଏକ ମାମଲା ରୁଜୁ ହୋଇଥିଲା। ଲାଇସେନ୍ସ ରଦ୍ଦ ହୋଇଥିବା ଏକ ବନ୍ଧୁକରେ ସଲମାନ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା।

Related Posts