ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ସରକାର ଭାଟ କମାନ୍ତୁ; କାହିଁକି ନା ଦରଦାମ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବଡ଼ ଭୂମିକା ରହିଛି: ମୋହନ ମାଝୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ପ୍ରାୟ ସମସ୍ତ ଜିନିଷର ମୂଲ୍ୟ ବଢିବାରେ ଲାଗିଛି । ସେପଟେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ପରଷ୍ପର ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି । ହେଲେ ଏହାର ପ୍ରଭାବ ସାଧାରଣ ଜନ୍ତ ଉପରେ ଅଧିକ ପଡ଼ିବାରେ ଲାଗିଛି । ଏହା ମଧ୍ୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଦରଦାମ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବଡ଼ ଭୂମିକା ରହିଛି। ଅଣ୍ଡା, ମାଛ, ଫୁଲ, ଫଳ ସବୁ ବାହାରୁ ଆସୁଛି। ଫଳ ପନିପରିବା ଶୀତଳ ଭଣ୍ଡାର ନାହିଁ। ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ସରକାର ଭଟ କମାନ୍ତୁ ଏବଂ ଜିଏସ ଟି ଅନ୍ତର୍ଭୁକ୍ତ ପେଟ୍ରୋଲ ଓ ଡିଜେଲ ଦର କମିବ। ଦରଦାମ ନିୟନ୍ତ୍ରଣରେ ରହିବ। ଅନ୍ୟପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଡିଜେଲ ଉପରୁ ଭାଟ ହ୍ରାସ କରୁଛନ୍ତି। ଡିଜେଲ ଉପରେ ୩୨ ପ୍ରତିଶତରୁ ୨୮ ପ୍ରତିଶତ ଓ ପେଟ୍ରୋଲରେ ୨୮ ପ୍ରତିଶତରୁ ୨୪ ପ୍ରତିଶତ ଭାଟ ହ୍ରାସ କରିଛନ୍ତି।

ଯାହାଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ କମିଛି। ଏମିତି କି ରାଜ୍ୟ ସରକାର ସବୁବେଳେ କେମିତି ରୋକ ଲଗାଯିବ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରୁଛନ୍ତି। କେନ୍ଦ୍ର ବ୍ୟତୀତ ରାଜ୍ୟସରକାରଙ୍କ ହାତରେ ଯେତିକି କ୍ଷମତା ଅଛି ତାକୁ ଵ୍ୟଵହାର କରି ଜନସାଧାରଣଙ୍କୁ କେମିତି ଖୁସି ଦେବେ ତାକୁ ନେଇ ସରକାର ତତ୍ପରତା ଦେଖାଉଛନ୍ତି। ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ଅଧିକ ଭୂମିକା ରହିଛି ବୋଲି ସେ କହିଛନ୍ତି।

Related Posts