ବିଚାରପତିମାନଙ୍କ କୋଭିଡ ଚିକିତ୍ସା ପାଇଁ ଅଶୋକା ହୋଟେଲକୁ ହସ୍ପିଟାଲ କରିଲା ଦିଲ୍ଲୀ ସରକାର

ashoka

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏପରିସ୍ଥଳେ ଦିଲ୍ଲୀ ସରକାର ହାଇକୋର୍ଟ ବିଚାରପତିଙ୍କ ପାଇଁ ୫ ତାରକା ବିଶିଷ୍ଟ ଅଶୋକା ହୋଟେଲକୁ କୋଭିଡ-୧୯ ହସ୍ପିଟାଲ ଭାବରେ ରୂପାନ୍ତର କରିଛନ୍ତି । ତେବେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ତଥା ଅନ୍ୟ ନ୍ୟାୟିକ ଅଧିକାରୀଙ୍କ ପାଇଁ ହୋଟେଲର ୧୦୦ ରୁମକୁ କୋଭିଡ ସ୍ୱାସ୍ଥ୍ୟ ସୁବିଧା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଜଷ୍ଟିସ ଏବଂ ଅନ୍ୟ ନ୍ୟାୟିକ ଅଧିକାରୀ ଏବଂ ସେମାନଙ୍କ ପରିବାରମାନଙ୍କ ପାଇଁ ଉଐଉ ସୁବିଧା ପ୍ରତିଷ୍ଠା ପାଇଁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଅନୁରୋଧ କରାଯାଇଥିଲା ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେର୍ଜିୱାଲ କହିଛନ୍ତି । ଏହା ସହ କହିଛନ୍ତି, ହୋଟେଲର ସମସ୍ତ କର୍ମଚାରୀ ମାନଙ୍କ ପାଇଁ ପ୍ରତିରକ୍ଷା ଗିଅର ଯୋଗାଇ ଦିଆଯିବ । ସ୍ଥାନାନ୍ତର ସୁବିଧା ପାଇଁ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ଏହା ସହ କଠୋରୀ, ଗୃହରକ୍ଷୀ, ଏବଂ ରୋଗୀମାନଙ୍କ ପାଇଁ ଖାଦ୍ୟ ଇତ୍ୟାଦି ସମସ୍ତ ସେବା ହୋଟେଲ ପ୍ରଦାନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related Posts