ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶୋକ ପୁସ୍ତକ ଉପରେ ତାଇୱାନର ପ୍ରତିନିଧିଙ୍କ ଦ୍ୱାରା ହସ୍ତାକ୍ଷରକୁ ଚୀନର କଡା ବିରୋଧ

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ଘଟିଛି । ଏହାରି ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ମଧ୍ଯ ଶେଷ ହୋଇଛି । ତେବେ ଏହି ଶୋକ ପୁସ୍ତକ ଉପରେ ତାଇୱାନର ପ୍ରତିନିଧିଙ୍କ ଦ୍ୱାରା ହସ୍ତାକ୍ଷର କରିଛନ୍ତି । ଯାହାକୁ ନେଇ ଚୀନ କଡା ବିରୋଧ କରିଛି।

ଚୀନ ବିଦେଶ ମନ୍ତ୍ରଣାଳୟ ଏକ ବୟାନ ଜାରି ଏହା ତାଙ୍କର ଅପମାନ ବୋଲି କହିଛି। ତାଇୱାନକୁ ନିମନ୍ତ୍ରଣ କରାଯିବା ତାଙ୍କ ପାଇଁ ଅପମାନଜନକ ବୋଲି ବୟାନରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରେ ଯୋଗ ଦେବା ପାଇଁ ସବୁ ଦେଶକୁ ବ୍ରିଟେନ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ଲଣ୍ଡନର ୱେଷ୍ଟମିନିଷ୍ଟର ହଲରେ ପ୍ରତିନିଧିମାନେ ଶୋକ ପୁସ୍ତକ ଉପରେ ହସ୍ତାକ୍ଷର କରିଥିଲେ।

ଚୀନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ଡିପିପି (ତାଇୱାନର କ୍ଷାମତାଧାରୀ ଡେମୋକ୍ରେଟିକ ପ୍ରୋଗ୍ରେସିଭ ପାର୍ଟି)ର ଅଧିକାରୀ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଅବସରକୁ ବ୍ୟବହାର କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରଦୂତ କେଲି ହସିତଙ୍କୁ ଶୋକ ପୁସ୍ତକରେ ହସ୍ତାକ୍ଷର କରିବା ପାଇଁ ସ୍ୱତନ୍ତ୍ରଭାବେ ନିମନ୍ତ୍ରଣ ଦିଆଯାଇଥିଲା ବୋଲି ତାଇୱାନ କହିଥିଲା।

ମାଓ କହିଛନ୍ତି, ‘ଏହା ଲଜ୍ଜାଜନକ । ତେବେ ଏହି ଘଟଣାରେ ତାଇୱାନ ଚୀନର ଅଂଶ ବୋଲି ତଥ୍ୟ ବଦଳିବ ନାହିଁ’।

ଉଲ୍ଲେଖଯୋଗ୍ୟ ଯେ ସ୍ୱୟଂଶାସିତ ଦ୍ୱୀପ ତାଇୱାନକୁ ଚୀନ ନିଜର ବୋଲି ଦାବି କରୁଛି। ଏଥିପାଇଁ ତାଇୱାନକୁ ବିଦେଶୀ ସରକାରଙ୍କ ଗସ୍ତକୁ ବେଜିଂ କଡା ବିରୋଧ କରୁଛି

Related Posts