
କଣ୍ଟାବାଞ୍ଜି : ତୁରକେଲା ଥାନା ବାଗବାହାଲ ଗ୍ରାମ ନିକଟ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ବାଗବାହାଲ ଗାଁର ଗୀତାଞ୍ଜଳି ରଣା । ଏକ ମୋଟର ସାଇକେଲରେ ୩ ଜଣ ଚାଉଳ ନେବାକୁ ଆସି ଘରକୁ ଫେରୁଥିବା ବେଳେ ମୋଟର ସାଇକେଲରେ ପଛ ଛକରେ ଶାଢୀର କାନି ଲାଗି ଦୁର୍ଘଟଣା ଘଟିଥିବା ସୂଚନା ମିିଳିଛି ।
ଘଟଣାସ୍ଥଳରେ ଗୀତାଞ୍ଜଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ରେ ବସିଥିବା ଅନ୍ୟ ଜଣେ ମହିଳା ଏବଂ ପୁରୁଷ ଗୁରୁତର ହୋଇଛନ୍ତି ।