ଚୀନର ଧମକକୁ ପାଦରେ ଆଡେଇଦେଲା ଆମେରିକା: ତାଇୱାନରେ ପହଞ୍ଚିଲେ ବାଚସ୍ପତି ନାନ୍ସି ପେଲୋସି

ନୂଆଦିଲ୍ଲୀ: ଚୀନର ବାରମ୍ୱାର ଧମକକୁ ଖାତିର କଲାନି ଆମେରିକା । ଏହାରି ଭିତରେ ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଇୱାନରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଇୱାନ ରାଷ୍ଟ୍ରପତି ତାଙ୍କୁ ସ୍ୱାଗତ କରିଥିଲେ । ନାନ୍ସି ପେଲୋସିଙ୍କୁ ସୁରକ୍ଷାରେ ୨୨ଟି ବିମାନ ନିୟୋଜିତ କରାଯାଇଥିଲା । ଏହି ବିମାନ ଗୁଡିକ ନାନ୍ସଙ୍କ ବିମାନକୁ ଏକ୍ସର୍ଟ କରିଥିଲେ । ଜାପାନ ମିଡିଆ ରିପୋର୍ଟ ଅନୁସାରେ ଆମେରିକା ବାୟୁସେନାର ୧୩ ବିମାନ ପେଲୋସିଙ୍କୁ ତାଇୱାନରେ ସୁରକ୍ଷା ଯୋଗାଇବେ । ଏଥିରେ ଆଠଟି ଯୁଦ୍ଧ ବିମାନ ମଧ୍ୟ ସାମିଲ ଅଛି । ତାଇୱାନକୁ ନେଇ ଆମେରିକାର ଆଗ୍ରହ୍ୟ ବଢିବା ପରେ ଚୀନ ବଚଳିତ ହୋଇ ଉଠିଛି ।

ଜାପାନ ମିଡିଆ ଅନୁସାରେ, ଆମେରିକା ବାୟୁ ସେନାର ଅତି କମରେ ୧୩ ବିମାନ ଜାପାନର ସୈନ୍ୟ ବେସରୁ ଉଡାଣ ଭରିଥିଲେ । ଏହି ବିମାନ ଆମେରିକାର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ସମୟରେ ସୁରକ୍ଷା ଦେବ। ରିପୋର୍ଟ ଅନୁସାରେ ଆଠଟି ଆମେରିକୀୟ ଯୁଦ୍ଧ ବିମାନ ଏବଂ ପାଞ୍ଚଟି ଟ୍ୟାଙ୍କର ଜାପାନରୁ ବାହାରିଛି।

ତାଇୱାନର ସ୍ଥାନୀୟ ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତିରେ ନାନ୍ସି ତାଇୱାନରେ ପହଞ୍ଚିଛନ୍ତି। ତାଇୱାନର ଯେଉଁ ହୋଟେଲରେ ସେ ରହିବେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଅନ୍ୟପଟେ ରିପୋର୍ଟ ଅନୁସାରେ, ତାଇୱାନ ନିକଟରେ ଚୀନ ସେନା ମିଲିଟାରୀ ଡ୍ରିଲ କରୁଛି ।

Related Posts