
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ବିଜେପିର ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଏନେଇ ଟୁଇଟ କରିବା ପରେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଚାଇନା ସୈନ୍ୟବାହିନୀ ଜିନପିଙ୍ଗଙ୍କୁ ଏଭଳି କରି କ୍ଷମତାଚ୍ୟୁତ କରି ଘରେ ବନ୍ଦୀ ଭାବେ ରଖିଛି। ଚାଇନା କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାମାନେ ତାଙ୍କୁ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ର ମୁଖ୍ୟ ପଦରୁର ହଟାଇବା ପରେ ଏଭଳି ହୋଇଥିବା ଖବର ପ୍ରଚାର ହେବାରେ ଲାଗିଛି। ଜିନପିଙ୍ଗଙ୍କୁ ତାଙ୍କ ଘରେ ରଖାଯାଇଛି ବୋଲି ଅନେକ ୟୁଜର ଚାଇନାର ସୋସିଆଲ ମିଡିଆ ହ୍ୟାଣ୍ଡେଲର୍ ଦାବି କରିଛନ୍ତି।
ଏନେଇ ବିଜେପି ନେତା ତଥା ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଟୁଇଟ କରି କହିଛନ୍ତି ଯେ, ଏହି ଗୁଜବ ଉପରୁ ଶୀଘ୍ର ପରଦା ଉଠିବା ଜରୁରୀ। ପ୍ରକୃତରେ ରାଷ୍ଟ୍ରପତି ଜିନପିଙ୍ଗ ଘରେ ବନ୍ଦୀ ଅଛନ୍ତି କି ନାହିଁ ତାହାର ଖବର ପ୍ରକାଶ ପାଇବା ଉଚିତ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜିନପିଙ୍ଗ ସମରକନ୍ଦରେ ଥିବା ସମୟରେ ଚାଇନା କମ୍ୟୁନିଷ୍ଟ ପାର୍ଟିର ନେତାମାନେ ତାଙ୍କୁ ପିପୁଲ୍ସ ଲିବରେଶନ ଆର୍ମିର ମୁଖ୍ୟ ପଦରୁର ହଟାଇ ଦେଇଥିଲେ।