ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଟପ୍‌ ଟିମ୍‌ରେ ନାହାନ୍ତି ମହିଳା ! ୨୫ ବର୍ଷ ମଧ୍ୟରେ ପ୍ରଥମ ଘଟଣା

ବେଜିଂ: ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କ୍ରମାଗତ ତୃତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ସେ ରବିବାର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଦଳର ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ପରେ ସେ ହେଉଛନ୍ତି ପ୍ରଥମ ନେତା ଯିଏକି ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି।

ଶି ଜିନ୍‌ପିଙ୍ଗ୍‌ଙ୍କ ବରିଷ୍ଠ ସହାୟକମାନେ ଚାଇନାର ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିର କମ୍ୟୁନିଷ୍ଟ ପାର୍ଟିରେ ପଦୋନ୍ନତି ପାଇଥିଲେ। ନୂତନ ତାଲିକା ଅନୁଯାୟୀ, ଶି ଜିନ୍‌ପିଙ୍ଗ୍‌ଙ୍କ ଟପ୍‌ ଟିମ୍‌ରେ କୌଣସି ମହିଳା ସ୍ଥାନ ପାଇ ନାହାନ୍ତି। ଯାହାକି ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

Related Posts