
ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଅବସ୍ଥିତ ଚିତ୍ରକୋଟ ଜଳପ୍ରପାତରେ ଅଘଟଣ । ଜଣେ ଯୁବତୀ ଝରଣାର 100 ଫୁଟ ଉଚ୍ଚତାରୁ ତଳକୁ ଡେଇଁ ପଡ଼ିଛନ୍ତି ।
ଗତ ଶୁକ୍ରବାର ଦିନ ପ୍ରାୟ 2ଟା ସମୟରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଅବସ୍ଥିତ ଚିତ୍ରକୋଟ ଜଳପ୍ରପାତରେ ଯୁବତୀ ଜଣକ ଝରଣା ଉପରୁ ହଠାତ ଡେଇଁ ପଡିଛନ୍ତି | ଏନେଇ ଖୋଜାଖୋଜି ଚାଲିଥିବା ବେଳେ ଏଯାବତ ଯୁବତୀଙ୍କ କିଛି ସୂଚନା ମିଳିପାରିନାହିଁ | ଅନେକ ସମୟ ଧରି ସର୍ଚ୍ଚ ଅପରେସନ ଜାରି ରହିଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ କୌଣସି ସୂଚନା ମିଳିନାହିଁ ।
ତେବେ ଯୁବତୀ ଜଣକ ପାଣିରେ ଡେଇଁବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।
ତେବେ ସେ କାହିଁକି ଡେଇଁଲେ ସେନେଇ କିଛି ସୂଚନା ମଧ୍ୟ ମିଳିପାରିନାହିଁ |