ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଲେବର ପାର୍ଟିର ନେତା କ୍ରିଶ୍ ହିପକିନ୍ସ

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଲେବର ପାର୍ଟିର ନେତା କ୍ରିଶ୍ ହିପକିନ୍ସ। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ ଦେଶର ଅର୍ଥନୀତି ପ୍ରତି ଗୁରୁତ୍ୱ ତେବେ ବୋଲି ହିପକିନ୍ସ କହିଛନ୍ତି। ତେବେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ଇସ୍ତଫା ଦେବା ପରେ ହିପକିନ୍ସଙ୍କୁ ନେତା ଭାବେ ବାଛିଥିଲା ଲେବର ପାର୍ଟି।ହିପକିନ୍ସ ପୂର୍ବରୁ କୋଭିଡ ନିରାକରଣ ଓ ନୀତି ନିର୍ଦ୍ଧାରଣ ମନ୍ତ୍ରୀ ଭାବେ ଉତ୍ତମ ଭାବେ ଦାୟିତ୍ୱ ତୁଲାଇଥିବାରୁ ଦଳ ତାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିଥିଲା।

ତେବେ ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଥିବା ଜେସିଣ୍ଡା ଆର୍ଡର୍ଣ୍ଣ ହଠାତ୍ ନିଜ ପଦରୁ ଇସ୍ତଫା ଦେଇଥିଲେ। ତା ସହ ସେ ଆଉ ରାଜନୀତି କରିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଥିଲେ।

ହିପକିନ୍ସ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଦେଶର ଦୁର୍ବଳ ଅର୍ଥନୀତିକୁ ଅଧିକ ଗୁରୁତ୍ୱ ଦେବା ସହ ମୁଦ୍ରାସ୍ଫୀତିକୁ ଏକ ମହାମାରୀ ବୋଲି କହିଥିଲେ। ତେବେ ଦେଶରେ ସାଧାରଣ ନିର୍ବାଚନ ହେବାର ୯ ମାସ ପୂର୍ବରୁ ହିପକିନ୍ସ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଏହି ସମୟ ଅବଧିରେ ସେ ଦେଶର ଅର୍ଥନୀତିକୁ ସୁଧାରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରା ସିଣ୍ଡି କିରୋ ହିପକିନ୍ସଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରାଇଥିଲେ। ତା ପୂର୍ବରୁ ସେ ଜେସିଣ୍ଡାଙ୍କ ଇସ୍ତଫା ଗ୍ରହଣ କରିଥିଲେ। ସମସ୍ତ ମନ୍ତ୍ରୀ ଓ ବିଭାଗୀୟ ଅଧିକାରଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହ ଆଗକୁ ଯେଉଁ ଚ୍ୟାଲେଞ୍ଜ ଅଛି ତାର ସାମ୍ନା କରିବି ବୋଲି ହିପ୍‌କିନସ୍ସ କହିଥିଲେ। ସେହିପରି ହିପକିନ୍ସ ସହ କାରମେଲ ସେପୁଲୋନୀ ଉପପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Related Posts