
ତିରୁମାଲା: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆଜି ଅବସର ନେବାକୁ ଯାଉଛନ୍ତି। ତେବେ ଅବସର ନେବା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ଭଗବାନ ଭେଙ୍କଟେଶ୍ଵରଙ୍କୁ ଦର୍ଶନ କରିବାକୁ ପହଁଚିଛନ୍ତି। ଶନିବାର ସେ ତିରୁଚନୂରରେ ଶ୍ରୀ ପଦ୍ମାବତୀ ଦେବି ମନ୍ଦିର ଦର୍ଶନ କରିଥିଲେ। ଏହାପରେ ସେ ଭଗବାନ ବର୍ଷା ସ୍ଵାମୀଙ୍କ ଦର୍ଶନ କଲେ ଓ ଏହାପରେ ଭେଙ୍କଟେଶ୍ଵରଙ୍କ ଦର୍ଶନ କରିଛନ୍ତି।
ଏହା ପୂର୍ବରୁ ଶୁକ୍ରବାର ତାଙ୍କର ଅନ୍ତିମ କାର୍ଯ୍ୟଦିବସ ଦିନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟରେ କୋର୍ଟ ନମ୍ଵର ୧ରେ ୪ମିନିଟ୍ ସମୟ ଅତିବାହିତ କରିଥିଲେ। ତାଙ୍କ ପରେ ଦାୟିତ୍ଵ ଗ୍ରହଣ କରୁଥିବା ଏସ ଏ ବୋବଡେଙ୍କ ସହ ଏକ ଖଣ୍ଡପୀଠରେ ଅଧ୍ୟକ୍ଷତା କରିଥିଲେ।