ଶଙ୍କରାଚାର୍ଯ୍ୟଙ୍କ ହାତକୁ ଗଲା ପୁରୀ ଗୋବର୍ଦ୍ଧନ ପୀଠ: ଏଣିକି ମଠର ପରିଚାଳନା ବୁଝିବେ ଜଗତଗୁରୁ

ପୁରୀ: ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ। ଏଣିକି ଏହା ଏକ ସ୍ଵୟଂଚାଳିତ ସଂସ୍ଥା ଭାବେ ପରିଚାଳିତ ହେବ। ରାଜ୍ୟ ସରକାର ଓଡିଶା ହିନ୍ଦୁ ସଂଶୋଧନ ଦେବୋତ୍ତର ବିଲ୍ ବିଧାନସଭାରେ ପାରିତ କରିବା ପରେ ଗୋବର୍ଦ୍ଧନ ମଠ ଦେବୋତ୍ତର ନିୟନ୍ତ୍ରଣରୁ ମୁକ୍ତ ହୋଇଛି। 
ଗୋବର୍ଦ୍ଧନ ମଠ ସହ ରାଜ୍ୟର ୧୮ ହଜାର ମଠ ଦେବୋତ୍ତର ଅଧୀନରେ ରହିଛି। ତେବେ ଗୋବରଦ୍ଧନ ମଠ ଆଦି ଶଙ୍କରାଚାର‌୍ୟ୍ୟଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା ୪ଟି ଧାମରୁ ଗୋଟିଏ ଧାମ ହୋଇଥିବାରୁ ଏହାକୁ ଅନ୍ୟ ସାଧାରଣ ମଠ ସହ ତୁଳନା କରାଯିବ ନାହିଁ ବୋଲି କୁହାଯାଇଛି। ସେହିପରି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନାରେ ଗୋବର୍ଦ୍ଧନ ମଠର ଶଙ୍କରାଚାର‌୍ୟ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିତିବା ସହ ସେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମୁଖ୍ୟ ଅଟନ୍ତି। ତା ସହ ରଥଯାତ୍ରା ସମୟରେ ଶଙ୍କରାଚର‌୍ୟ୍ୟଙ୍କର ସ୍ଵତନ୍ତ୍ର ସେବାର ବ୍ୟବସ୍ଥା ରହିଛି। ତାଙ୍କୁ ହିନ୍ଦୁ ଧର୍ମରେ ସର୍ବୋଚ ମାନ୍ୟତା ଦିଆଯାଇଛି। ଅନ୍ୟ ପକ୍ଷରେ ଶାରଦା ମଠ, ଦ୍ଵାରକା ମଠ, ଜ୍ୟୋର୍ତିମଠକୁ ସ୍ଵୟଂଚାଳିତ ମାନ୍ୟତା ଦିଆଯାଇଥିବାରୁ ଏବେ ଗୋବର୍ଦ୍ଧନ ମଠକୁ ସ୍ଵୟଂଚାଳିତ ମାନ୍ୟତା ଦିଆଯାଇଛି।
Related Posts