ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠୁ ୪୮ ଘଣ୍ଟା ପାଇଁ ପଦ୍ମପୁର ବନ୍ଦ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ଦାବି ନେଇ ଏକାଠି ହୋଇଛନ୍ତି ୬ଟି ବ୍ଲକର ଲୋକ । ପଦ୍ମପୁର ଆଜି ଓ କାଲି ବନ୍ଦ ପାଳନ କରାଯାଉଥିବା ବେଳେ ଆନ୍ଦେଳନକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି। ପାଇକମାଲ , ଝରବନ୍ଧ ,ଗାଇସିଲେଟ, ସୋହେଲା ଓ ବିଜେପୁର ବ୍ଲକର ବିଭିନ୍ନ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ଅଞ୍ଚଳରେ ଦୋକାନବଜାର ଖୋଲିନଥିବା ବେଳେ ଗାଡିମଟର ଚଳାଚଳ ବନ୍ଦ ରହିଛି ।
ସେହିପରି ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନୁ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ଏହି ୬ଟି ବ୍ଲକ ସବୁ ସମୟରେ ମରୁଡି ଶିକାର ହେଉଛି ଏବଂ ଦାଦନ ସମସ୍ୟା ଲାଗି ରହିଛି । ହେଲେ ବରଗଡ଼ ଜିଲ୍ଲା ସହିତ ଥିବାରୁ ଏହାକୁ ମଧ୍ୟ ଏକ ଉନ୍ନତ ଅଞ୍ଚଳ ବୋଲି ଗଣାଯାଉଛି , ଏବଂ ଅବହେଳା କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏହି ଅଞ୍ଚଳର ପାଣିପାଗ କେବିକେ ଅଞ୍ଚଳ ସହିତ ସମାନ ତେଣୁ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମିଳୁ ବୋଲି ବହୁ ଦିନରୁ ଦାବି କରାଯାଉଛି, ହେଲେ ସରକାରଙ୍କ ପକ୍ଷରୁ ଏହି ଦାବିପ୍ରତି ଧ୍ୟାନ ଦିଆଯାଉନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି।
