ଖଲ୍ଲିକୋଟ : ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମରେ ଦେଖିବାକୁ ମିଳିଛି ଗୋଷ୍ଠୀ ସଂଘର୍ଷ । ଉକ୍ତ ଗ୍ରାମର ବଡ଼ ସାହି ଓ ହରିଜନ ସାହି ମଧ୍ୟରେ କୌଣସି କାରଣ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି । ଫଳରେ ଏଥିରେ ଉଭୟ ଗୋଷ୍ଠୀର ୭ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି l
ସେମାନଙ୍କ ମଧ୍ୟରେ ତିନିଜଣ ମହିଳା ରହିଛନ୍ତି | ଆହତମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ତେବେ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି l
ଖବର ପାଇ ଛତ୍ରପୁର ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଖବର ଲେଖା ହେଲା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି l
ସୂଚନା ଯୋଗ୍ୟ ଯେ ଗତ ଦୁଇ ଦିନ ତଳେ ଗ୍ରାମରେ ଏକ ଭୋଜିକୁ ନେଇ ଦୁଇ ସାହିର କିଛି ଯୁବକ ମାନଙ୍କ ମଧ୍ୟରେ ବଚସା ହୋଇଥିଲା l ତାହା ଆଜି ଉଗ୍ର ରୂପ ନେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି l
