ତାମିଲନାଡୁ କଂଗ୍ରେସର ମୁଖ୍ୟାଳୟ ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୪ କର୍ମୀ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚେନ୍ନାଇରେ ଥିବା ତାମିଲନାଡୁ କଂଗ୍ରେସର ପାର୍ଟି ମୁଖ୍ୟାଳୟରେ ମଙ୍ଗଳବାର ରାତିରେ ଦୁଇ ଗେଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଛି। ତାମିଲନାଡୁ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଓ ନଙ୍ଗୁନେରୀର ବିଧାୟକ ମନୋହରନ୍‌ଙ୍କ ଗୋଷ୍ଠୀ ମଧ୍ୟରେ ଏହି ବିବାଦ ହୋଇଥିଲା। ଏହି ସଂଘର୍ଷରେ କଂଗ୍ରେସର ୪ ଜଣ କର୍ମୀ ଆହତ ହୋଇଛନ୍ତି। କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ପରେ ନିର୍ବାଚନ ମଣ୍ଡଳୀରେ ଦଳର ପତାକା ଉତ୍ତୋଳନ ଉପରେ ଚର୍ଚ୍ଚା ହୋଇଥିଲା। ଏହି ସମୟରେ ହଠାତ ଏହି ହିସାତ୍ମକ ସଂଘର୍ଷ ଦେଖିବାକୁ ମିଳିଥିଲା।

ତାମିଲନାଡୁ କଂଗ୍ରେସର ମୁଖ୍ୟାଳୟ ସତ୍ୟମୂର୍ତ୍ତି ଭବନରେ ହୋଇଥିବା ସଂଘର୍ଷରେ ଅତି କମରେ ୪ଜଣ ଦଳୀୟ କର୍ମୀ ଆହତ ହୋଇଛନ୍ତି। ଦଳ ଏପର୍ଯ୍ୟନ୍ତ ପୋଲିସ ନିକଟରେ ଅଭିଯୋଗ କରିନଥିବା ଜଣା ପଡିଛି। ତେବେ ନିକଟରେ କଂଗ୍ରେସର ଦୁଇ ବ୍ଲକ ସଭାପତି କଲାକ୍କଡ ଏବଂ ନାଙ୍ଗୁନେରୀର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମନୋହରନଙ୍କ ସମର୍ଥକମାନେ ପାଞ୍ଚଟି ବସ୍‌ରେ ପାର୍ଟି ମୁଖ୍ୟାଳୟରେ ପହଞ୍ଚିଥିଲେ। ଅଭିଯୋଗ ହେଉଛି ଯେ ବ୍ଲକ ସଭାପତି, ତିରୁନେଲଭେଲି ପୂର୍ବ ଡିସିସି ସଭାପତି କେପିକେ ଜୟକୁମାରଙ୍କ ସମର୍ଥକ ସ୍ଥାନୀୟ ବିଧାୟକ ମନୋହରନଙ୍କ ଅଜାଣତରେ ଚୟନ ହୋଇଥିଲେ।ଏହି ବିରୋଧ ଟିଏନ୍‌ସିସି ଅଧ୍ୟକ୍ଷ କେ.ଏସ୍ ଆଲାଗିରିଙ୍କ ଦ୍ବାରା ଏଆଇସିସି ସଚିବ, ପୂର୍ବତନ ଟିଏନ୍‌ସିସି ଅଧ୍ୟକ୍ଷ, କାର୍ଯ୍ୟକାରୀ ଅଧ୍ୟକ୍ଷ, ପୂର୍ବତନ ବିଧାୟକ, ସାଂସଦ ଓ ବିଧାୟକଙ୍କ ସହିତ ନିର୍ବାଚନ ଉପରେ ଚର୍ଚ୍ଚା କରିବା ଓ ପ୍ରତ୍ୟେକ ବିଧାନସଭା ଅଞ୍ଚଳରେ କଂଗ୍ରେସର ପତକା ଲଗାଇବା ପାଇଁ ନିର୍ଦ୍ଧାରିତ ବୈଠକ ବେଳେ ହୋଇଥିଲା।

Related Posts