ମହାପ୍ରଭୁଙ୍କ ବଡ଼ ଭକ୍ତ ନବୀନ: କାର୍ତ୍ତିକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ପ୍ରେସ୍ରିଲିଜ୍ରେ ସିଏମ୍ଙ୍କର ଶ୍ରୀଜଗନ୍ନାଥ ଭକ୍ତି ଇଶ୍ବରଙ୍କ ନିକଟରେ ଭକ୍ତି ସମର୍ପଣ ଏହା ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଅନୁଭୁତି ଏହାକୁ କୌଣସି ସରକାରୀ ବିଜ୍ଞପ୍ତି ବା କାଗଜ କଲମରେ ଗଣମାଧ୍ୟମକୁ ବିତରଣ କରିବା କେବଳ ଅସମୀଚିନ ବରଂ ସମ୍ପୃକ୍ତ ବ୍ୟକ୍ତିର ମାନସିକତା ଏବଂ ଚିନ୍ତାଧାରା ଯେ କେତେଦୂର ପ୍ରଚାର ସର୍ବସ୍ବ ତାହା ପ୍ରତିଫଳିତ କରାଇଥାଏ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 30 ଡିସେମ୍ବର 2019 ସଂଧ୍ୟାରେ ଯେଇଁ ପ୍ରେସ୍ରିଲିଜ୍ଟି ଜନସାଧାରଣଙ୍କ ଗୋରାର୍ଥେ ଛାପା ଗଣମାଧ୍ୟମ ନ୍ୟୁଜ ଚ୍ୟାନେଲଗୁଡ଼ିକୁ ବଣ୍ଟାଯାଇଛି ସେଥିରେ ଲେଖାଥିବା କିଛି କଥା ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଚିନ୍ତା ଧାରାକୁ ଅତ୍ୟନ୍ତ ଶସ୍ତା ଲୋକଦେଖାଣିଆ କରିଦେଇଛି ପ୍ରସଙ୍ଗ ଥିଲା ଶ୍ରୀକ୍ଷେତ୍ର ହେରିଟେଜ କରିଡର ପାଇଁ ଚିଠା ଲୋକାର୍ପଣ ବୈଠକ ଶ୍ରୀକ୍ଷେତ୍ରର ସୌନ୍ଦର୍ଯୀକରଣ ପାଇଁ ଲୋକଙ୍କ ମତାମତ କିଭଳି ନିଆଯିବ ସେ ସମ୍ପର୍କରେ ନିଷ୍ପତ୍ତି ପାଇଁ ବୈଠକ ହୋଇଥିଲା ଏଥିରେ ମନ୍ତ୍ରୀ ପରିଷଦର କିଛି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ବୈଠକରେ ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ ସହଯୋଗୀ ତଥା 5-ଟି ସଚିବ ଶ୍ରୀକ୍ଷେତ୍ର ପ୍ରତି CMଙ୍କର କେତେ ଶ୍ରଦ୍ଧା ଏବଂ ମହାପ୍ରଭୁଙ୍କ ପ୍ରତି ଗଭୀର ଭକ୍ତି ସମର୍ପଣ ପରେ କିଛି ଘଟଣାକୁ ଅନ୍ୟମାନଙ୍କ ସମ୍ମୁଖରେ ଅବତାରଣା କରିଥିଲେ କାର୍ତ୍ତିକ ବାବୁ ନବୀନ ବାବୁଙ୍କ ବ୍ୟକ୍ତିଗତ ସଚିବ ଭାବରେ ତାଙ୍କ ସମ୍ପର୍କରେ କାର୍ତ୍ତିକ ବାବୁଙ୍କର ଅନେକ ନିରୋଳା ସ୍ମୃତି ରହିଥିବା ସ୍ବାଭାବିକ

ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ଅନୁଭୂତିର ଅବତାରଣା କରିବାରେ କିଛି ଭୁଲ ନାହିଁ କିନ୍ତୁ ପରବର୍ତ୍ତୀ ମସୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ସରକାରୀ ଭାବେ ଯେଉଁ ପ୍ରେସ୍ରିଲିଜ୍ଟି ସମସ୍ତ ଗଣମାଧ୍ୟମକୁ ବଣ୍ଟାଗଲା ସେଥିରେ ମୁଖ୍ୟମନ୍ତ୍ରୀଙ୍କର ମହାପ୍ରଭୁଙ୍କ ପ୍ରତି ଭକ୍ତିର ଉଦାହରଣକୁ ଯେଭଳି ଭାବେ ବାଖ୍ୟା କରାଯାଇଛି ଯେ ନବୀନ ବାବୁଙ୍କ କାର୍ ବଡ଼ଦାଣ୍ଡ ଛୁଇଁବା କ୍ଷଣି ରାସ୍ତାର ଉଭୟ ପାର୍ଶ୍ବରେ ଯେତେ ହୋଡିଂ ଲାଗିଥାଏ ଆଉ ଯେଉଁଥିରେ ମହାପ୍ରଭୁଙ୍କର ଫଟୋ ଥାଏ ରାସ୍ତା ସାରା ନବୀନ ବାବୁ ସବୁ ହୋଡିଂକୁ ମୁଣ୍ଡିଆ ମାରି ମାରି ଯାଇଥାନ୍ତି ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କର ମହାପ୍ରଭୁଙ୍କ ପ୍ରତି ସମର୍ପଣର ଅନନ୍ୟ ଉଦାହରଣ ବୋଲି ଦର୍ଶାଉଛି ଯୋଉ ବ୍ୟକ୍ତିଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଏଭଳି ଭକ୍ତି ଆଉ ସମର୍ପଣ ରହିଛି ତାକୁ ଖବରକାଗଜ ଆଉ ଟିଭିରେ ପ୍ରଚାର ପ୍ରସାର କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ପ୍ରେସ୍ରିଲିଜ୍ ଜରିଆରେ ଯେଭଳି ଭାବେ ବ୍ୟବହାର କରିଛନ୍ତି ତାହା କେତେଦୂର ସମୀଚିନ ତାକୁ ନେଇ ଉଠିଛି ପ୍ରଶ୍ନ ଅନେକଙ୍କର କହିବା କଥା ଏହି ପ୍ରେସ ରିଲିଜ୍ରେ ଭକ୍ତି ପ୍ରସଙ୍ଗଟିକୁ ନବୀନ ବାବୁଙ୍କୁ ଖୁସି କରେଇବା ପାଇଁ ତାଙ୍କର ପ୍ରଚାର ପ୍ରସାର କରିବା ପାଇଁ 5-ଟି ସଚିବ ଆଉ ଲୋକ ସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ଚତୁରତାର ସହ ଗଣମାଧ୍ୟମକୁ ଛାଡ଼ିଦିଆଯାଇଛି

Related Posts