ନବୀନଙ୍କ ଭିଣୋଇଙ୍କ ଦେହାନ୍ତ

(ସତ୍ୟପାଠ ବ୍ୟୁରୋ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ଵାମୀ ସୋନି ମେହେଟ୍ଟାଙ୍କ ପରଲୋକ । ସୋନି ମେହେଟ୍ଟାଙ୍କର ଆମେରିକାରେ ୭୭ ବର୍ଷରେ ଦେହାନ୍ତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରି ଲେଖିଛନ୍ତି ଯେ, ମୁଁ ମୋର ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକରେ ଗଭୀର ମର୍ମାହାତ। ସେ ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଏବଂ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ । ଏଥିପାଇଁ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।

ସୋନି ମେହେଟ୍ଟା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିକେସନର ଅଧ୍ୟକ୍ଷ ତଥା ମୁଖ୍ୟ ସଂପାଦକ ଥିବା ସୋନି ମେହେଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କୁ ବିବାହ କରିଥିଲେ । ସୋନି ମେହେଟାଙ୍କର ଜନ୍ମ ୧୯୪୨ ମସିହାରେ ହୋଇଥିଲା । ସେ ହେଉଛନ୍ତି ସ୍ଵାଧୀନ ଭାରତର ପ୍ରଥମ କୂଟନୀତିଜ୍ଞ ୰ ଅମ୍ରିକ୍ ସିଂହ ମେହେଟ୍ଟାଙ୍କ ସୁପୁତ୍ର । ସୋନି ମେହେଟ୍ଟା ‘ଆଲଫ୍ରେଡ୍ ଏ ନଫ୍’ ପତ୍ରିକାର ସଂପାଦକ ଏବଂ ନଫ୍ ଡବଲ୍ ଡେ ପବ୍ଲିସିଂ ଗ୍ରୁପର ଅଧ୍ୟକ୍ଷ ଥିଲେ ।

Related Posts