ହୋଡିଂକୁ ମୁଣ୍ଡିଆ ମାରି ମାରି ଶ୍ରୀମନ୍ଦିର ଯାଆନ୍ତି CM ସାର୍‌ : ପାଣ୍ଡିଆନ

ମହାପ୍ରଭୁଙ୍କ ପ୍ରତି ନବୀନ ବାବୁଙ୍କର ଭକ୍ତିକୁ ବଖାଣିବାକୁ ଯାଇ କାର୍ତ୍ତିକ ବାବୁ କହିଛନ୍ତି ଯେ ମହାପ୍ରଭୁଙ୍କ ବଡ଼ ଭକ୍ତ ମୁଖ୍ୟମନ୍ତ୍ରୀ ସାର । 2016 ମସିହାରେ  ସାର୍‌ ଯେତେବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯାଉଥିଲେ ସେତେବେଳେ ବାଟରେ ମହାପ୍ରଭୁଙ୍କ ଫଟୋ ଥିବା ଯେତେ ସବୁ ହୋଡିଂ ଥିଲା ତାକୁ ସବୁ ମୁଣ୍ଡିଆ ମାରି ମାରି ଯାଉଥିଲେ । ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ମୁଖ୍ୟମନ୍ତ୍ରୀ ଶଙ୍ଖ କ୍ଷେତ୍ରର ବିକାଶ ପାଇଁ କହିଥିଲେ । ସେବେଠାରୁ ପୁରୀକୁ ବିଶ୍ବସ୍ତରରେ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରିବାକୁ ଯୋଜନା କରାଯାଇଥିଲା ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପାରିପାଶ୍ୱିର୍କ ସୌନ୍ଦର୍ଯୀକରଣ ତଥା ପୁରୀକୁ ହେରିଟେଜ୍ କରିଡର କରିବା ପାଇଁ ଚୂଡ଼ାନ୍ତ ଡିଜାଇନ୍ ସମ୍ପର୍କରେ ମତାମତ ଦେବାକୁ ରାଜ୍ୟ ସରକାର ଲୋକଙ୍କ ସହଯୋଗ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ଚିଠା ଆର୍କିଟେକଚରାଲ୍ ପ୍ଲାନକୁ ଲୋକାର୍ପିତ କରିଥିଲେ । ଏହି ଆର୍କିଟେକଚରାଲ ପ୍ଲାନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜାନୁୟାରୀ ୧୫ ସୁଦ୍ଧା ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏହି ପ୍ଲାନକୁ ତର୍ଜମା କରାଯାଇ ଚୂଡ଼ାନ୍ତ ଆର୍କିଟେଚରାଲ ପ୍ଲାନ୍ ଫେବୃୟାରୀ ମାସରେ ପ୍ରକାଶିତ ହେବ । ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପାଇଁ ଯେଉଁ ମଠ ଓ ବ୍ୟକ୍ତିମାନେ ଜମି ଦେଇଛନ୍ତି, ସେମାନଙ୍କ ନାମ ମଧ୍ୟ ଏହି ଐତିହ୍ୟ କରିଡ଼ରରେ ଏକ ଫଳକରେ ରହିବ ।

Related Posts