ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀ

(ସତ୍ୟପାଠ ବ୍ୟୁରୋ) ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ବାମୀଙ୍କ ପରଲୋକ । ୯୧ ବର୍ଷ ବୟସରେ ଆଜି ସକାଳେ ନୂଆପଡ଼ା ଜିଲ୍ଲାର ଖରିଆର ରୋଡରେ ଥିବା ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସ୍ୱର୍ଗତ ଏ.ଭି ସ୍ୱାମୀ ୨୦୧୨ ମସିହା ଏପ୍ରିଲ ୪ ତାରିଖରୁ ୨୦୧୮ ମସିହା ଏପ୍ରିଲ ୩ ତାରିଖ ଯାଏ ରାଜ୍ୟସଭା ସଦସ୍ୟ ଥିଲେ । ସେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୨୯ ମସିହା ଜୁଲାଇ ୧୮ ତାରିଖରେ ନବରଙ୍ଗପୁରଠାରେ ଜନ୍ମ ଗ୍ରହଣ କରିଥିଲେ ଏ.ଭି. ସ୍ବାମୀ । ତାଙ୍କର ୨ ପୁଅ ଓ ୩ ଝିଅ ଅଛନ୍ତି ।

Related Posts