କଟକକୁ ନିର୍ବାଚନୀ ଥୋପ !

ଆଗକୁ ପୌର ନିର୍ବାଚନ, ସେଥିପାଇଁ କଟକ ସହରବାସୀଙ୍କ ମନ ଜିଣିବା ପାଇଁ ସରକାରଙ୍କ ଚିନ୍ତା । କଟକ ବଡ ମେଡିକାଲର ଦ୍ବିତୀୟ କ୍ୟାମ୍ପସ ପାଇଁ ଆଜି ହେବ ଶିଳାନ୍ୟାସ । ମହାନଦୀ ପଠାକୁ ବାଲି ଭର୍ତ୍ତି କଧି ସମତୁଲ କରାଯାଇଛି ଭିତ୍ତିପ୍ରସ୍ତର ପାଇଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବଡମେଡିକାଲର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ବିଶ୍ବସ୍ତରୀୟ କରିବା ପାଇଁ ନକ୍ସା ପ୍ରସ୍ତୁତ କରାଯାଇଛି । ଏ ସମସ୍ତ କଥାକୁ ତଦାରଖ କରିବା ପାଇଁ ଗତକାଲି 5T ସଚିବ ଭି.କେ. ପାଣ୍ଡିୟାନ କଟକ ଗସ୍ତ କରିଥିଲେ । ହାଡିଆପଠାରେ ପ୍ରସ୍ତାବିତ ମେଡିକାଲର ଦ୍ବିତୀୟ କ୍ୟାମ୍ପସ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପ୍ରଶ୍ନ ଉଠୁଛି ସରକାରଙ୍କ କଟକ ପାଇଁ ଏ ଯୋଜନା ଆଗକୁ ପୌର ନିର୍ବାଚନ ୀ ଥୋପ ନୁହେଁ ତ ? କଟକ ବାରବାଟୀ ବିଧାନସଭା ବିଜେଡି ହାତରୁ ଖସିଯିବା ପରେ କଟକ ମହାନଗର ନିଗମ ନିର୍ବାଚନ ବିଜୁ ଜନତା ଦଳ ପାଇଁ ପୂର୍ବପେକ୍ଷା କଷ୍ଟକର ହେବ ଏକଥା ଦଳ ବୁଝି ସାରିଛି । ତାହାକୁ ଦୃଷ୍ଟିରେ ରଖି ଏ ସମସ୍ତ ପ୍ରାକ ପ୍ରସ୍ତୁତି ବୋଲି ଚର୍ଚ୍ଚା ହେଉଛି । ତେବେ କଟକର ବିକାଶ ହେଉ ବା ନହେଉ କିନ୍ତଙ ଏଥିରେ ସବୁଠାରୁ ଅଧିକ ଲାଭବାନ ଆଗକୁ ହେବାକୁ ଯାଉଛନ୍ତି 5T ସଚିବ ଭି କେ ପାଣ୍ଡିୟାନ ।

Related Posts