ମୈସୁରର ବୃନ୍ଦାବନ ଗାର୍ଡେନ ଢାଞ୍ଚାରେ ହେବ ହିରାକୁଦ ସମଲେଶ୍ବରୀ ଗାର୍ଡେନ

ମୈସୁରର ଐତିହ୍ୟସମ୍ପର୍ଣ୍ଣ ବୃନ୍ଦାବନ ଗାର୍ଡେନ ଢାଞ୍ଚାରେ ହିରାକୁଦ୍ ଡ୍ୟାମଠାରେ ଏକ ବିଶ୍ବସ୍ତରୀୟ ଗାର୍ଡେନ ନିର୍ମାଣ କରାଯିବ ବୋଲି ମହାନଦୀ କୋଲ୍ ଫିଲ୍ଡ(ଏମ.ସି.ଏଲ) ପକ୍ଷରୁ ଘୋଷଣା କରାଯାଇଛି ।

ମା’ସମଲେଶ୍ବରୀ ନାମରେ ନାମିତ ହେବାକୁ ଯାଉଥିବା ଏସିଆର ଏହି ଦୀର୍ଘତମ ନଦୀବନ୍ଧ ଯୋଜନା ପଶ୍ଚିମ ଓଡିଶାର ଏକ ପ୍ରମୂଖ ପର୍ଯ୍ୟଟନ ସ୍ଥଳୀ ଭାବରେ ନୂଆ ପରିଚୟ ପାଇବ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ ପି.କେ.ମିଶ୍ରଙ୍କ ହିରାକୁଦ ଗ୍ରସ୍ତ ବେଳେ ଏମ.ସି.ଏଲର ପରିଚାଳନା ନିର୍ଦ୍ଦେଶକ ବି.ଏନ୍ ଶୁକ୍ଳା ଏବଂ ଓଡିଶା ସରକାରଙ୍କ ଉନ୍ନୟନ କମିଶନର ସୁରେଶ୍ ମହାପାତ୍ରଙ୍କ ସହ ସାକ୍ଷାତ ସମୟରେ ଏଭଳି ପ୍ରକଳ୍ପର ପରିକଳ୍ପନା ଚୁଡାନ୍ତ ହୋଇଥିଲା । ଏହି ଯୋଜନାରେ ଏକ ବଡ କନଭେନସନ୍ ସେଣ୍ଟର, ଓ୍ବାଟର ଫାଉଣ୍ଟେନ, ସେମିନାର ହଲ, ଲାଇଟ ବ୍ୟବସ୍ଥା କରାଯିବ । ଖଡଗପୁର ଆଇ.ଆଇ.ଟିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ମାଣ ହେବାକୁ ଯାଉଥିବା ଏହି ଐତିହ୍ୟସମ୍ପୂର୍ଣ୍ଣ ଗାର୍ଡେନର ପ୍ରକଳ୍ପ ଚୁଡାନ୍ତ ପୂର୍ବରୁ ଏକ ପ୍ରତିନିଧି ମଣ୍ଡଳୀ ଗତକାଲି ହିରାକୁଦ ପରିଦର୍ଶନ କରି ଫେରି ଯାଇଛନ୍ତି । ହିରାକୁଦ ଠାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ଏବଂ ସାଂସ୍କୃତିକ ବିକାଶ ହେବ ବୋଲି ମତ ପ୍ରକାଶ ପାଇଛି ।

Related Posts