ଏଣିକି ଟୀକାକରଣ ପାଇଁ କୋ-ୱିନ୍‌ରେ ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ : କେନ୍ଦ୍ର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୀକାକରଣ କାର୍ଯ୍ୟକ୍ରମରେ ଡିଜିଟାଲ ବିଭାଜନକୁ ନେଇ ବିରୋଧୀ ଏବଂ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ପରେ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। ଏଣିକି ଟିକାକରଣ ପାଇଁ ଆଉ କୋୱିନ୍ ରେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ନୁହେଁ। ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ , ଏଣିକି ୧୮ + ବର୍ଗର ସମସ୍ତ ବ୍ୟକ୍ତି ନିକଟତମ ଟିକାକରଣ କେନ୍ଦ୍ରକୁ ଯାଇ ଅନଷ୍ପଟ୍ ରେଜିଷ୍ଟ୍ରେସନ କରି ପାରିବେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବିବୃତ୍ତିରେ କୁହାଯାଇଛି ଯେ ୱାକ-ଇନ୍ ବ୍ୟତୀତ କୋୱିନ୍ ପ୍ଲାଟଫର୍ମ ଟିକାକରଣ ରେଜିଷ୍ଟ୍ରେସନ ବିକଳ୍ପ ମଧ୍ୟ ରହିଛି। ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇପାରିବେ, ଯେଉଁଠାରେ ଟିକାକରଣ ପାଇଁ ଧାର୍ଯ୍ୟ ସାଇଟରେ ପଞ୍ଜୀକୃତ କରି ଟିକାକରଣ କରିପାରିବେ। ଟୀକାକରଣ ପରିସଂଖ୍ୟାନ ଅନୁଯାୟୀ ୫୮ ପ୍ରତିଶତ ହିତାଧିକାରୀଙ୍କ ଅନ୍-ସାଇଟ୍ ମୋଡ୍ ରେ ଟିକା ନେଇଛନ୍ତି ଏବଂ ପ୍ରାୟ ୮୦ ପ୍ରତିଶତ ଟିକା ୱାକ-ଇନ୍ ମାଧ୍ୟମରେ ଟିକା ଦିଆଯାଇଛି । ଜୁନ୍ ୧୩ ତାରିଖ ସୁଦ୍ଧା କୋୱିନ୍ ରେ ୨୮.୩୬ କୋଟି ଲୋକ ଟିକାକରଣ ପାଇଁ ପଞ୍ଜିକରଣ କରିଥିବା ବେଳେ ସେଥି ମଧ୍ୟରୁ ୧୬.୪୫ କୋଟି (୫୮ ପ୍ରତିଶତ) ଲୋକଙ୍କୁ ଅନ୍-ସାଇଟରେ ରେଜିଷ୍ଟ୍ରେସନ୍ କରାଯାଇଛି। ଜୁନ୍ ୧୩ ତାରିଖ ସୁଦ୍ଧା ୨୪.୮୪ କୋଟି ଟିକାର ଡୋଜ୍ ମଧ୍ୟରୁ ୧୯.୮୪ କୋଟି (ପାଖାପାଖି ୮୦ ପ୍ରତିଶତ) ଅନ-ସାଇଟ୍ ପଞ୍ଜିକରଣ ମାଧ୍ୟମରେ ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ଭାରତରେ ଟିକାକରଣ ଡ୍ରାଇଭ୍ ଆରମ୍ଭ ହୋଇଥିଲା।

Related Posts