6ଟି ସହରରେ ବନ୍ଦ ହେବ କୋଇଲା ଚୁଲା

ଖୁବ୍‍ଶୀଘ୍ର ରାଜ୍ୟର 6ଟି ସହରରେ ବନ୍ଦ ହେବ କୋଇଲା ଚୂଲା ।  ଅନୁଗୁଳ, ଭୁବନେଶ୍ୱର, କଟକ, ତାଳଚେର, ବାଲେଶ୍ୱର ଏବଂ ରାଉରକେଲାରେ କୋଇଲା ଚୂଲାରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ନିଷିଦ୍ଧ କରାଯିବ । ଏହା ବଦଳରେ ହୋଟେଲ ଓ ଢାବାଗୁଡ଼ିକ ଯେଭଳି ରନ୍ଧନ ଗ୍ୟାସ ଓ ବିଦ୍ୟୁତ୍‍ ଚୂଲା ବ୍ୟବହାର କରିବେ ତାହା ଉପରେ ଗୁରୁତ୍ୱ ଦିଆଯିବ । ଏହି ସବୁ ଜିଲ୍ଲାରେ ବାୟୁ ପ୍ରଦୂଷଣ ନେଇ ଜାତୀୟ ଗ୍ରୀନ୍‍ ଟିବ୍ୟୁନାଲ ଚିନ୍ତା ପ୍ରକଟ କରିଛନ୍ତି । ନିମ୍ନମାନର ବାୟୁ ସ୍ୱାସ୍ଥ୍ୟ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି । ଏହି ସହରଗୁଡ଼ିକରେ ପ୍ରତି ପରିବାରକୁ ଏଲ୍‍ପିଜି, ଏଲ୍‍ଏନ୍‍ଜି ଏବଂ ଉଜ୍ଜ୍ୱଳା ଭଳି ଯୋଜନାରେ ଗ୍ୟାସ୍‍ ସଂଯୋଗ ଦିଆଯିବ । ଏଠାରେ ଅଳିଆ ଆବର୍ଜନା ଜଳାଇବା, ବର୍ଜ୍ୟବସ୍ତୁ ପୋଡ଼ିବା ଉପରେ କଟକଣା ଲଗାଯାଇଛି । ଏଥିପାଇଁ ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍‍ ମୁତୟନ ହେବେ । ପ୍ରଦୂଷଣ ବଢ଼ୁଥିବା ସହରଗୁଡ଼ିକରେ ଲୋକେ ଯେଭଳି ବିଶୁଦ୍ଧ ବାୟୁ ପାଇବେ ସେଥିଲାଗି ପ୍ରସ୍ତୁତ କାର୍ଯ୍ୟ ଯୋଜନାରେ ଏହା ରହିଛି । କମ୍‍ ଆୟକାରୀ ବର୍ଗର ଖାଇବା ଦୋକାନ ଓ ଢାବାଗୁଡ଼ିକ ଯେଭଳି ରନ୍ଧନ ଗ୍ୟାସ୍‍ ଓ ବିଦ୍ୟୁତ୍‍ ଚୂଲା ବ୍ୟବହାର କରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ଯୋଜନାରେ ଜଙ୍ଗଲ ଓ ପରିବେଶ, ଶକ୍ତି, ସ୍ୱରାଷ୍ଟ୍ର, ପରିବହନ, ସହରାଞ୍ଚଳ ବିକାଶ, ପୂର୍ତ୍ତ ବିଭାଗ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସାମିଲ ଅଛନ୍ତି ।

 

Related Posts