ବଢ଼ିଲା କମର୍ସିଆଲ ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍‌ ଦର | ଏହି ନୂଆ ଦର ଆସନ୍ତା ସୋମବାରଠାରୁ ଲାଗୁ ହେବ।କୁ ଥିବା ବେଳେ, ସିଲିଣ୍ଡର ପିଛା ୨୫୦ ଟଙ୍କା ବୃଦ୍ଧି ପାଇଛି। ୧୯ କେଜିଆ କମର୍ସିଆଲ ସିଲିଣ୍ଡର ପିଛା ୨୫୦ ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଅନୁସାରେ ଏବେ ଏହା ୨୨୫୩ ଟଙ୍କାରେ ଉପଲବ୍ଧ ହେବ। ତେବେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି। ଅନ୍ୟପଟେ ଅଣ-ସବସିଡି ୧୪.୨ କେଜି ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୯୪୯.୫୦ ଟଙ୍କା ରହିଛି। ତେବେ ମୁମ୍ବାଇରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ଟାଙ୍କିର ଦାମ ରହିଛି ୨,୨୦୫ହ ଟଙ୍କା। ସେହିପରି କୋଲକାତାରେ ୨୩୫୧ ଏବଂ ଚେନ୍ନାଇରେ ୨୪୦୬ ଟଙ୍କା ରହିଛି।

ନିକଟରେ ୫ ରାଜ୍ୟରେ ବିଧାନ ସଭା ନିର୍ବାଚନ ପରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦାମ ବୃଦ୍ଧି କରାଯାଇଛି। ତୈଳ ଦର ଳଗାତାର ଭାବେ ବଢ଼ୁଛି। ତେବେ ଆଜି ତୈଳ ଦର ଅପରିର୍ତ୍ତିତ ରହିଛି। ମାର୍ଚ୍ଚ ୨୨ ପରଠାରୁ ଏଯାଏଁ ପର୍ଯ୍ୟାକ୍ରମେ ତେଲ ଦର ଲିଟର ପ୍ରତି ୬.୪୦ ଟଙ୍କା ବୃଦ୍ଧି ପାଇଛି। ସେପଟେ ଆଭିଏସନ୍‌ ଟର୍ବାଇନ୍‌ ଫ୍ୟୁଏଲ(ଏଟିଏଫ) କେଜି ପ୍ରତି ୨୨୫୮.୫୪ ଟଙ୍କା ବୃଦ୍ଧି ପାଇଛି।

ସେହିପରି ଅନ୍ତର୍ଜାତୀୟ ଦର ଅନୁସାରେ ପ୍ରତି ମାସରେ ୧ ତାରିଖ ଏବଂ ୧୬ ତାରିଖରେ ଜେଟ୍‌ ଫ୍ୟୁଏଲ ଦର ସମୀକ୍ଷା ହେଉଛି। ଚଳିତ ବର୍ଷ ଆରମ୍ଭରୁ ପ୍ରତି ୧୫ ଦିନରେ ଥରେ ଆଭିଏସନ୍‌ ଟର୍ବାଇନ୍‌ ଫ୍ୟୁଏଲ ଦର ବୃଦ୍ଧି ହେଉଛି। ଜାନୁଆରୀ ପରଠାରୁ ଏହି ଫ୍ୟୁଏଲ ୭ ଥର ବୃଦ୍ଧି ହୋଇସାରିଲାଣି |

ଅନ୍ୟପଟେ ଆଜି ଠାରୁ ଟୋଲ୍‌ ଟିକସ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ବହୁତ କିଛି ମହଙ୍ଗା ହୋଇଯିବ। ଏଥିସହ ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ିବ। ସେଥିରେ ଯନ୍ତ୍ରଣା ଉପଶମକାରୀ, ଆଣ୍ଟିାବୟୋଟିକ୍ ଓ ଆଣ୍ଟିଭାଇରସ୍‌ ଔଷଧଗୁଡ଼ିକର ଦାମ୍ ବୃଦ୍ଧି ପାଇବ। ଏହି ସବୁ ଔଷଧର ଦାମ୍‌ରେ ୧୦% ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି କୁହାଯାଉଛି। ଟୋଲ ଟିକସରେ ୩ରୁ ୫ ଭାଗ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବସ୍ ଭଡ଼ା ମଧ୍ୟ ବଢ଼ିଛି।

ଯେଉଁମାନେ ପାନ୍‌ ସହ ଆଧାର ଲିଙ୍କ୍‌ କରିପାରି‌ନଥିବେ ସେମାନଙ୍କୁ ଆଜିଠାରୁ ଏହି ସେବା ଲାଗି ୫୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଜୁନ୍‌ ପରେ ସେହି କାମ ଲାଗି ୧୦୦୦ ଟଙ୍କା ଜରିମାନା ଗଣିବାକୁ ହେବ। ପିଏଫ୍‌ରେ ବର୍ଷକୁ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଜମା କରୁଥିବା ସଦସ୍ୟମାନଙ୍କ ଉପରେ ଆଜିଠାରୁ ଟିକସ ଲାଗିବ। ସରକାର କ୍ରିପ୍ଟୋକରେନ୍ସି ବା ଭର୍ଚୁଆଲ୍ ଆସେଟ୍‌ ଉପରେ ଟିକସ ଲଗାଇବେ ବୋଲି ଘୋଷଣା କରିଛନ୍ତି। କ୍ରିପ୍ଟୋକରେନ୍ସିରୁ ଲୋକମାନଙ୍କ ଯେଉଁ ଆୟ ହୋଇଛି ତାହା ଉପରେ ୩୦%ର ଟିକସ ଓ ୧%ର ଟିଡିଏସ୍‌ ଲାଗିବ।

Related Posts