କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ ଶଶି ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ୩୦ ସେପ୍ଟେମ୍ବରରେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ। ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଶଶି ଥରୁରଙ୍କ ଜଣେ ପ୍ରତିନିଧୀ ତାଙ୍କ କାର୍ଯ୍ୟାଳୟକୁ ଦେଇଥିବା ସୂଚନା ଅନୁସାରେ ଶଶି ଥରୁର ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଦିନ ୧୧ଟା ସମୟରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବେ। ମିସ୍ତ୍ରୀ ଆହୁରି କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସଂପର୍କରେ ଏପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟ ବିଷୟରେ ଆମେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସୂଚନା ଦେଇଛୁ। କାର୍ଯ୍ୟସୂଚୀ ଅନୁଯାୟୀ ନିର୍ବାଚନର ସମସ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ଶଶି ଥରୁରଙ୍କୁ କିଏ ଟକ୍କର ଦେଇପାରିବ ସେନେଇ ସନ୍ଦେହ ମଧ୍ୟରେ ପବନ ବଂଶଲ ନାମାଙ୍କନ ପତ୍ର ସଂଗ୍ରହ କରିଛନ୍ତି। ଏନେଇ ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ, ଏଆଇସିସି କୋଷାଧ୍ୟକ୍ଷ ପବନ କୁମାର ବଂଶଲ ନାମାଙ୍କନ ଗ୍ରହଣ କରିଛନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଅନ୍ୟ କାହା ପାଇଁ ହୋଇପାରେ। ସେ ମଙ୍ଗଳବାର ଦିନ ତାଙ୍କ ଜନପଥ ବାସଭବନରେ ଦଳର ମୁଖ୍ୟ ସୋନିଆ ଗାନ୍ଧିଙ୍କୁ ଭେଟି ତାଙ୍କ ଭୋଟର ପରିଚୟ ପତ୍ର ତାଙ୍କୁ ଦେଇଛନ୍ତି। ସେ ସୋନିଆ ଗାନ୍ଧିଙ୍କୁ ଏପର୍ଯ୍ୟନ୍ତ କେତେ ଲୋକ ନାମାଙ୍କନ ଫର୍ମ ନେଇଛନ୍ତି ଓ ପ୍ରତିନିଧୀଙ୍କ ବିଷୟରେ ସୂଚନା ଦେଇଛନ୍ତି।

Related Posts