ଅତ୍ୟାଧୁନିକ ଲାଇଭ ଫୁଟେଜ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କଲା କମିଶନରେଟ୍ ପୋଲିସ, ପୂଜା ସମୟରେ ସମସ୍ତ ଗତିବିଧି ଉପରେ ରଖିବ ନଜର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗକୁ ଆସୁଛି ପାର୍ବଣ। ପୂଜାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ଅତ୍ୟାଧୁନିକ ସିସିଟିଭି ଲାଇଭ ଫୁଟେଜ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରିଛି କମିଶନରେଟ୍ ପୋଲିସ। ଏଥିରେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ୨୦୧ଟି ସିସିଟିଭିର ଲାଇଭ୍ ଫୁଟେଜକୁ ସଂଯୋଗ କରାଯାଇଛି। ଆଗକୁ ଏହି ସଂଖ୍ୟା ୫ ଶହକୁ ବୃଦ୍ଧି ପାଇବ।ପୂଜା କମିଟି, ସାହି କମିଟି, ବ୍ୟବସାୟୀ ସଙ୍ଘର ସହଯୋଗରେ ଲାଗିଥିବା ସମସ୍ତ ସିସିଟିଭିର ଫୁଟେଜକୁ ଅନବରତ ଏକ ଟିମ୍ ନଜର ରଖିବ। ଏହି ସିସିଟିଭି ସବୁ ପୂଜା ସମୟରେ ହେଉଥିବା ବିଶୃଙ୍ଖଳା ଓ ଅନ୍ୟ ଅପରାଧ ଧରିବାରେ ସହାୟକ ହେବ ବୋଲି ପୋଲିସ ଆଶା ରଖିଛି ।

କଟକ ଡିସିପିଙ୍କ ଅଫିସରେ ଉଦଘାଟିତ ହୋଇଥିବା ଏହି ମର୍ଡନ କଣ୍ଟ୍ରୋଲ ରୁମରେ ୨୪×୭ ନଜର ରଖିବା ପାଇଁ ପୋଲିସ ଅଫିସରଙ୍କ ସହ ହାବିଲଦାର ଓ କନେଷ୍ଟବଳଙ୍କୁ ନିଯୋଜିତ କରାଯାଇଛି। ଆସନ୍ତା ସାତ ଦିନ ମଧ୍ୟରେ ସହରରେ ଆଉ ଶହେଟି କ୍ୟାମେରା ଲଗାଯିବାକୁ ସ୍ଥିର ହୋଇଥିବା ବେଳେ ପୂଜା ପୂର୍ବରୁ ପାଞ୍ଚ ଶହ କ୍ୟାମେରା ସହରରେ ଲଗାଯିବ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର।

Related Posts