ଶ୍ରୀଲଙ୍କା ଭଳି ଖୁବଶିଘ୍ର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ ଭାରତର ସାଧାରଣ ଜନତା : ଅସଦୁଦ୍ଦିନ ଓଓ୍ୱେସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସି କହିଛନ୍ତି ଯେ ଶ୍ରୀଲଙ୍କାରେ ଲୋକମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିଥିଲେ। ସେହିଭଳି ଭାରତର ସାଧାରଣ ଜନତା ଦିନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ । ଶ୍ରୀଲଙ୍କାରେ ସରକାର ବେକାରୀ, ମୁଦ୍ରାସ୍ଫୀତି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିଲେ। ଭାରତରେ ସରକାର ମଧ୍ୟ ବର୍ତ୍ତମାନ ସମାନ ରାସ୍ତାରେ ଯାଉଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଲୋକେ ଏବେ କେନ୍ଦ୍ର ସରକାର ଉପରୁ ବିଶ୍ୱାସ ହରାଇ ବସିଛନ୍ତି। ତେଣୁ ଖୁବଶିଘ୍ର ଶ୍ରୀଲଙ୍କା ପରିସ୍ଥିତି ଭାରତରେ ମଧ୍ୟ ଉପୁଜିବ ବୋଲି ଓଓ୍ୱେସି କହିଛନ୍ତି।

ସୂଚନା ଅନୁସାରେ ରାଜସ୍ଥାନର ଜୟପୁରରେ ‘ଟକ୍ ଜର୍ଣ୍ଣାଲିଜିମ୍’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓଓ୍ୱେସି। ସେଠାରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସିଏଏ, କୃଷି ବିଲ୍, ଅଗ୍ନିବୀର ଭଳି ପ୍ରସଙ୍ଗରେ ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିନେ ଶ୍ରୀଲଙ୍କାର ଲୋକମାନେ ରାଷ୍ଟ୍ରପତି ଭବନ ଭିତରେ ପଶିଥିବା ବେଳେ ସେହିଭଳି ଲୋକମାନେ ଖୁବଶିଘ୍ର ଆମ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ପ୍ରବେଶ କରିବେ । ତେବେ ସେ ଏହା ଚାହଁନ୍ତି ନାହିଁ ବୋଲି ନିଜ ଅଭିଭାଷଣରେ ସ୍ପଷ୍ପ କରିଛନ୍ତି ଓଓ୍ୱେସି। ତେବେ ବିଭିନ୍ନ ସମୟରେ ଆତଙ୍କୀ ସଂଗଠନ ଲିଙ୍କ୍ ନେଇ ଚର୍ଚ୍ଚାରେ ରହୁଥିବା ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ କି ବୋଲି ପ୍ରଶ୍ନର ଉତ୍ତର ଦେଇନାହାନ୍ତି ହାଇଦ୍ରାବାଦ ସାଂସଦ।

ସେ ଆହୁରି କହିଛନ୍ତି ଯେ ଗତ କିଛି ବର୍ଷ ଧରି ସଂସଦରେ ବିତର୍କର ପରିସର ହ୍ରାସ ପାଇଛି। ଏହାଦ୍ୱାରା ବ୍ୟବସ୍ଥା ଦୁର୍ବଳ ହେଉଛି। ଓଓ୍ୱେସି କହିଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନରେ ୧୪ ଟି ବିଲ୍ ଆଗତ କରାଯାଇଥିଲା । କିଛି ମିନିଟ୍ ମଧ୍ୟରେ ଏହି ବିଲ ପାରିତ ହୋଇଥିଲା। ସଂସଦ ଗୋଟିଏ ବର୍ଷରେ ମାତ୍ର ୬୦-୬୫ ଦିନ ଚାଲେ । ଏପରି ସ୍ଥିତିରେ କିପରି ଲୋକଙ୍କ ସମସ୍ୟା ଉଠାଇ ପାରିବେ ବୋଲି ଓଓ୍ୱେସି ପ୍ରଶ୍ନ କରିଛନ୍ତି।

Related Posts