ଜଗତସିଂହପୁର ଜିଲ୍ଲା ପୋରଗଦେଇ ପଞ୍ଚାୟତ ରାଣୀତୋଳା ଗାଁରେ ଅଘଟଣ: ରନ୍ଧନ ଗ୍ୟାସ ଲିକ୍ ଯୋଗୁ ୫ ଗୁରୁତର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପୋରଗଦେଇ ପଞ୍ଚାୟତ ରାଣୀତୋଳା ଗ୍ରାମରେ ଅଘଟଣ ଘଟିଛି । ରୋଷେଇ ଘରେ ରନ୍ଧନ ଗ୍ୟାସ ଲିକ୍ ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ପରିବାରର ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ଚାରିଜଣ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ରୋଷେଇ ଘରେ ଗ୍ୟାସ ଲିକ୍ ଥିବା ବେଳେ ଚୁଲାରେ ଲାଇଟର ମାରିବାରୁ ଜଳି ଉଠିଥିଲା ରୋଷେଇ ଘର। ଜଣକ ପରେ ଜଣେ ଉଦ୍ଧାର କରିବାକୁ ଯାଇ ପାଞ୍ଚଜଣ ନିଆଁରେ ପୋଡ଼ି ଆହାତ ହୋଇଛନ୍ତି। ଗ୍ରାମବାସୀମାନେ ୧୦୮ଆମ୍ବୁଲାନ୍ସ ଯୋଗେ ଘଟଣାସ୍ଥଳରୁ ଆହାତମାନଙ୍କୁ ଉଦ୍ଧାର କରି ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରିଥିଲେ । ରାଣୀତୋଳା ଗ୍ରାମର ପ୍ରଶାନ୍ତ ଦାଶଙ୍କ ସମେତ ଅନାମ ପତିଙ୍କ ପରିବାରର କଳ୍ପନା ପତି, ରଞ୍ଜନା ପତି, ଶ୍ରଦ୍ଧାଞ୍ଜଳି ପତି, କେତକୀ ପତି ଆହତ ହୋଇଛନ୍ତି । କେତକୀଙ୍କୁ ଛାଡି ଅନ୍ୟ ଚାରିଜଣ କଟକ ସ୍ଥାନାନ୍ତର କରାଯାଇଛି ।

Related Posts