ବର୍ମିଂହାମ: ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଲେ ପ୍ରତିଯୋଗୀ । ବକ୍ସିଂ ବିଭାଗରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ। ନିଖତ ଜରିନ ୫୦ କେଜି (ଲାଇଟ୍ ଫ୍ଲାଇୱେଟ)ରେ ଜିତିଲେ ସ୍ୱର୍ଣ୍ଣ। ଉତ୍ତର ଆୟର୍ଲାଣ୍ଡର କାର୍ଲି ମ୍ୟାକନାଉଲ୍‌ଙ୍କୁ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ପୂର୍ବରୁ ନିତୁ ଘନ୍‌ଘାସ ଓ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ।

ନିଖତ ଜରିନ ଚଳିତ ସିଜିନ୍‌ରେ ଏହାକୁ ମିଶାଇ ହାଟ୍ରିକ୍‌ ପଦକ ପାଇଛନ୍ତି।

୪୮ ପଦକ ସହ ଭାରତ ତାଲିକାରେ ୪ର୍ଥ ସ୍ଥାନକୁ ଉନ୍ନୀତ। ଶେଷ ଖବର ସୁଦ୍ଧା ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ୧୭ ସ୍ୱର୍ଣ୍ଣ, ୧୨ ରୌପ୍ୟ, ୧୯ ବ୍ରୋଞ୍ଜ୍ ସହ ମୋଟ ୪୮ପଦକ ମିଳିଛି।

ଭାରତୀୟ ଖେଳାଳିମାନେ ୟୁକେରେ ଚାଲିଥିବା ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉନ୍ନତ ଖେଳ ପ୍ରଦର୍ଶନ କରିବା ସମସ୍ତ ଖେଳପ୍ରେମୀଙ୍କୁ ଉତ୍ସାହିତ କରିଛି ।