ଶ୍ରୀଲଙ୍କାରେ କମୁନି ହିଂସା; ରାସ୍ତାରେ ସେନାର ଫ୍ଲାଗମାର୍ଚ୍ଚ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ କମୁନି ହିଂସା । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ସେନା ମୁତୟନ କରାଯାଇଛି । ରାଜରାସ୍ତାରେ ସେନା ଫ୍ଲାଗମାର୍ଚ କରିବା ସହ ସେନା ଗାଡ଼ି ବୁଲୁଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ପି. ନନ୍ଦଲାଲ ବୀରସିଂଘେ ନିଜ ପଦଛାଡ଼ିବାକୁ ସଂକେତ ଦେଇଛନ୍ତି ।

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦେଶରେ ରାଜନୈତିକ ସ୍ଥିରତା ନ ଆସିଲେ ସେ ଇସ୍ତଫା ଦେବେ ବୋଲି କହିଛନ୍ତି । ରାଜନୈତିକ ସ୍ଥିରତା ବିନା ଅର୍ଥନୀତିରେ ସୁଧାର ଆସିବ ନାହିଁ ବୋଲି ସେ କହିଛନ୍ତି । ଶ୍ରୀଲଙ୍କା ଉପରେ ଏବେ ପ୍ରାୟ ୧୫୫ ବିଲିୟନ ଡଲାରର ବିଦେଶୀ ଋଣ ରହିଛି । ତେବେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ଶେଷ ହୋଇଆସୁଛି । ଚୀନଠାରୁ ଶସ୍ତା ଋଣ ଆଣି ଶ୍ରୀଲଙ୍କା ଧୀରେ ଧୀରେ ଋଣଗ୍ରସ୍ତ ହୋଇଯାଇଥିଲା ।

Related Posts