ବାଲେଶ୍ଵର ପରିବାର ଅଦାଲତରେ ଅଭାବନୀୟ ଘଟଣା: ଅଦାଲତ ଭିତରେ ବିଷ ପିଇଲେ ମହିଳା

ବାଲେଶ୍ବର : ବାଲେଶ୍ଵର ପରିବାର ଅଦାଲତରେ ଘଟିଛି ଏକ ଅଭାବନୀୟ ଘଟଣା । ପରିବାର ଅଦାଲତରେ ସ୍ୱାମୀ ସ୍ତ୍ରୀଙ୍କ ଜେରା ଚାଲିଥିବା ବେଳେ ହଠାତ ସ୍ତ୍ରୀ ବ୍ୟାଗରୁ ବିଷ ବୋତଲ କାଢ଼ି ପିଇ ଦେଇଛନ୍ତି । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ଵର କୋର୍ଟର ଜଣେ ମହିଳା ଓକିଲ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିଥିଲା । ଏନେଇ ଉଭୟ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଉଭୟଙ୍କ ଛାଡ଼ପତ୍ର ପାଇଁ ପରିବାର ଅଦାଲତରେ ମାମଲା ଚାଲୁଥିଲା ।ଆଜି ମଧ୍ୟ କୋର୍ଟ ଭିତରେ ଜଜଙ୍କ ଆଗରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଜେରା ଚାଲିଥିବା ବେଳେ ମହିଳା ଜଣଙ୍କ ଅତିଷ୍ଠ ହୋଇ ବ୍ୟାଗରୁ ବିଷ କାଢ଼ି ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Related Posts