ଛୁଟି ମିଳିଲାଣି, ଥାନାରେ ପାଳିଲେ ହଳଦୀ ରସମ

police

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କରୋନା ସଙ୍କଟରେ ନିଜର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଥାନାରେ ପାଳନ କଲେ ହଳଦୀ ରସମ । ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ରାଜସ୍ଥାନର ଡଙ୍ଗରପୁର ଅଞ୍ଚଳରେ । ତେବେ ଆସନ୍ତା ୩୦ ତାରିଖରେ ମହିଳା କନେଷ୍ଟବଳଙ୍କର ବିବାହ ହେବାକୁ ଯାଉଛି । ସାରା ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କନେଷ୍ଟବଳ ଆଶା ରୋଥ ମାଗିଥିବା ଲମ୍ବା ଛୁଟିକୁ ମଞ୍ଜୁର କରାଯାଇନଥିଲା । ଫଳରେ ଆଶା ରୋଥ ହଳଦୀ ରସମକୁ ଥାନା ପରିସରରେ ହିଁ କରିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଆଶା ରୋଥ ୩୦ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ନିୟମ ଦୃଷ୍ଟିରୁ ବିବାହର ପୂର୍ବଦିନ ହଳଦୀ ରସମ କରାଯାଇଥାଏ । ମାତ୍ର ବଢୁଥିବା ସଂକ୍ରମଣ ଫଳରେ ତାଙ୍କୁ ଛୁଟି ମିଳିନଥିଲା । ଯାହାଫଳରେ ଥାନାର ସହକର୍ମୀମାନେ ଆଶାଙ୍କର ହଳଦୀ ସେରିମନି ଥାନା ପରିସରରେ କରିଥିଲେ । ବାସ୍ତବରେ ନିଜର କର୍ତ୍ତବ୍ୟନିଷ୍ଠ କାର୍ଯ୍ୟକୁ ପ୍ରଥମେ ପ୍ରଧାନ୍ୟ ଦେବା ଏବଂ ଘର ଠାରୁ ଦୂରରେ ରହି ସମସ୍ତ ରୀତି ନୀତିକୁ ପାଳନ କରି ହଳଦୀ ରସମ ସମ୍ପନ୍ନ କରି ଉଦାହରଣ ପାଲଟିଛନ୍ତି ଆଶା ରୋଥ ।

Related Posts