ଇନ୍ଦୋରରେ ଦୁଇ ଦଳ ମଧ୍ୟରେ ବିବାଦ ଓ ବୋମା ବିସ୍ଫୋରଣ: ଦୁଇ ମୃତ, ୧୫ ଆହତ

ଭୋପାଳ : ଅଶାନ୍ତ ହୋଇପଡ଼ିଲା ମଧ୍ୟପ୍ରଦେଶର ଇନ୍ଦୋର । ଦୁଇ ଦଳ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି । ପରେ ବୋମା ବିସ୍ଫୋରଣ ଘଟିଛି।

ସୂଚନାନୁସାରେ, ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଇନ୍ଦୋରର ବଡଗୌଣ୍ଡ ପୋଲିସ ଷ୍ଟେଶନ ଅଞ୍ଚଳର ବେରଛା ଅଞ୍ଚଳରେ ଘଟିଛି। ଘଟଣାର ତଦନ୍ତରେ ପୋଲିସ ଦ୍ୱାରା କରାଯାଉଛି।

ତେବେ ଦୁଇ ଗୋଷ୍ଟି ମଧ୍ୟରେ କାହିଁକି ଉତେଜେନା ପରିସ୍ଥିତି ସୃଷ୍ଟି ହେଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣା ସ୍ଥଳରେ ପହଁଚି ସ୍ଥିତି ଉପରେ ଧ୍ୟାନ ରଖିଛନ୍ତି ।

Related Posts