ରାସ୍ତା କଡ଼ରେ ବସିଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ: ୬ ଜଣଙ୍କ ମୃତ୍ୟୁ

ଭୋପାଳ : ମଧ୍ୟ ପ୍ରଦେଶର ରତ୍‌ଲାମ ଜିଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ବସିଥିବା ସମୟରେ ମୃତ୍ୟୁ ମାଡି ଆସିଲା । ଫଳରେ ଟ୍ରକ ମାଡିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ୍‌ ଟାୟାର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସୂଚନାନୁସାରେ, ରତଲାମ ଜିଲା ମୁଖ୍ୟାଳୟଠାରୁ ୩୦ କିଲୋମିଟର ଦୂରରେ ଥିବା ସତ୍‌ରୁଣ୍ଡା ନିକଟସ୍ଥ ରତଲାମ ଇନ୍ଦୋର ଫୋରଲେନରେ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ ଟ୍ରକ୍‌ର ଗତି ଅଧିକ ଥିଲା ଏବଂ ହଠାତ୍‌ ଟ୍ରକ୍‌ର ଟାୟାର ଫାଟିଗଲା। ଫଳରେ ଗାଡିଟି ଅନିୟନ୍ତ୍ରିତ ଭାବରେ ରାସ୍ତାରେ ବସ୍‌କୁ ଅପେକ୍ଷା କରୁଥିବା ଲୋକଙ୍କ ଉପରେ ମାଡିଯାଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Related Posts