ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ମାମଲା; ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ମାମଲାରେ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଚଳିତ ବର୍ଷ ରାମ ନବମୀରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏପରିକି ପରସ୍ପର ଉପରେ ପଥର ମାଡ଼ ମଧ୍ୟ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣାଧିନ ନହେବା ପରେ ଜିଲ୍ଲା ପ୍ରଶାସନ ଉକ୍ତ ସ୍ଥାନରେ ୧୪୪ ଜାରି କରିଥିଲେ । ତଥାପି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ଏଥିରେ ଅନେକ ଜଣ ଆହତ ହୋଇଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଡ଼ବିଲ ଜେଏମଏଫସିରେ ହାଜର ପରେ ସମସ୍ତଙ୍କ ଜାମିନ ନାମାଞ୍ଜୁର ହୋଇଥିବା ଜଣାପଡ଼ିଛି ।

Related Posts