ପାଟପୁର ଦୁଷ୍କର୍ମ ମାମଲା; ମୁଖ୍ୟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜୋରିମାନା ଶୁଣାଇଲେ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଟପୁର ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜୋରିମାନା । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ପାଟପୁର ଅଞ୍ଚଳରେ ଗତ ୨୦୧୯ ମସିହାରେ ଘଟିଥିବା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ଏଥିସହ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ଯାଜପୁର କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍। ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।ସେପଟେ ଗତ ୨୧.୦୪.୨୦୧୯ ତାରିଖ ଦିନ ଅଭିଯୁକ୍ତ ସୁକିନ୍ଦା ଅଞ୍ଚଳର ସଭ୍ୟାସଚୀ ବେହେରା ସ୍ଥାନୀୟ ପାଟପୁର ଛକରେ ଥିବା ଏକ ପାନ ଦୋକାନରେ ରହିଥିଲେ । ଦୋକାନରେ ବସିଥିବା ପୀଡ଼ିତା ଯୁବତୀଙ୍କୁ ଗୁଟଖା ମାଗିଥିଲେ ।

ଏହି ସମୟରେ ସେଠାରେ କେହି ନଥିବାର ସୁଯୋଗ ନେଇ ଯୁବତୀଙ୍କୁ ଜୋର ଜବରଦସ୍ତ ଟାଣିନେଇ ସେ ଆସିଥିବା ବୋଲେରୋ ଗାଡ଼ିରେ ବସାଇ ଯାଜପୁର ରୋଡ଼ ଅଞ୍ଚଳକୁ ନେଇଯାଇଥିଲେ । ପରେ ସେଠାରେ ଥିବା ଏକ ଘରୋଇ ଆଇ.ଟି.ଆଇ ସେଣ୍ଟରକୁ ନେଇ ସବ୍ୟସାଚୀ ଓ ତାର ଆଉ ଜଣେ ସହଯୋଗୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସୁକିନ୍ଦା ପୋଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାର ସହଯୋଗୀ ଜଣଙ୍କ ଫେରାର ହୋଇଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts