ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ କରାଯାଇଥିଲା ଜାସୁସି: କଂଗ୍ରେସ

abhishek banarjee

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶରେ ପେଗାସସ ମାମଲାର ଚର୍ଚ୍ଚା ଥମି ନଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଜାତୀୟ କଂଗ୍ରେସ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାର୍ନାଜୀଙ୍କୁ ନେଇ ଏକ ପୋଷ୍ଠ ସେୟାର କରିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଚଳିତ ବର୍ଷ ପଶ୍ଚିମବଙ୍ଗ ନିର୍ବାଚନରେ ସାଂସଦ ଅଭିଷେକ ବାନାର୍ଜୀଙ୍କର ଜାସୁସି କରାଯାଉଥିବାର ଆରୋପ ଲଗାଇଛି କଂଗ୍ରେସ । ଏହା ସହ ପେଗାସସ ସପ୍ଟୱେରର ଟାର୍ଗେଟରେ କିଏ ଥିଲା ବୋଲି ପ୍ରଶ୍ନ କରାଯାଇଥିଲା । ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ନଥିଲେ ତ! ମୋଦି ସରକାର ୨୦୨୧ ରେ ପଶ୍ଚିମବଙ୍ଗ ନିର୍ବାଚନରେ ହିଁ ଏ ସବୁ କାହିଁକି କରୁଥିଲେ । ଏପରି କରି ମୋଦି ସରକାରଙ୍କ ଭିତରେ ଥିବା ଡରକୁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଲେଖାହୋଇଛି ।

ଅପରିପକ୍ଷରେ ଏହି ଟ୍ୱିଟଟି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ସମୟରେ ଆସିଥିଲା । ମିଳିଥିବା ସୂଚନା ଅନୁଯାୟୀ ମମତା ଦିଲ୍ଲୀରେ ଅନେକ ବରିଷ୍ଠ ନେତାମାନଙ୍କ ସହ ବୈଠକ କରିବେ ବୋଲି ସୂଚନା ମିଳିଛି । ସବୁଠାରୁ ରୋଚକ କଥାଟି ହେଉଛି ଦ ୱାୟରର ରିପୋର୍ଟ ଅନୁସାରେ ରାଜନୀତି ପରାମର୍ଶ ଦାତା ପ୍ରଶାନ୍ତ କିଶୋରଙ୍କ ମୋବାଇଲ ଫୋନକୁ ମଧ୍ୟ ହ୍ୟାକ କରାଯାଇଥିଲା । ଏହା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ଫୋନକୁ ମଧ୍ୟ ହ୍ୟାକ କରିବା ପାଇଁ ଟାର୍ଗେଟ କରାଯାଇଥିଲା ।

ସେପଟେ ପେଗାସସ ସମ୍ପାଦକ ନିଜ କମ୍ପାନୀ ବିରୁଦ୍ଧରେ କରାଯାଉଥିବା ଆରୋପ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ଏହା ସହ ଯେତେ ଶୀଘ୍ର ସମ୍ଭବ ଏନେଇ ଯାଞ୍ଚ କରେଇବା ପାଇଁ କହିଛନ୍ତି । ଅନ୍ୟପଟେ ବିରୋଧୀ ଦଳ ଏହି ମାମଲାକୁ କେନ୍ଦ୍ର କରି ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବାରେ ଲାଗିଛି । ସେହିପରି ଗତ କାଲି ଝାଡଖଣ୍ଡ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବାରୁ ୩ ଜଣ ଗିରଫ ହୋଇଛନ୍ତି । ଏହା ପଛରେ ବିଜେପି ଦଳର ହାତ ଅଛି ବୋଲି ଶାସକ ଦଳ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଥିଲା ।

ମିଳିଥିବା ସୂଚନା ଅନୁସାରେ ଖବର ପାଇ ଝାଡଖଣ୍ଡ ପୁଲିସ ରାଞ୍ଚିସ୍ଥିତ ଏକ ହୋଟେଲରେ ରେଡ କରିଥିଲା । ଏହା ପରେ ପୁଲିସ ୩ ଜଣକୁ ଗିରଫ କରିଥିଲା । ତାଙ୍କ ପାଖରୁ ବିପୁଳ ମାତ୍ରାରେ ଟଙ୍କା ମଧ୍ୟ ଜବତ କରାଯାଇଛି । ତେବେ ଶାସକ ଦଳର ଏମପିକୁ କିଣି ସରକାର ଭାଙ୍ଗିବା ଲକ୍ଷରେ ସମ୍ପୃକ୍ତ ବ୍ୟକ୍ତି ଥିବାର ଜଣାପଡିଛି । ଏନେଇ ଶାସକ ଦଳ ଏକ ପ୍ରେସ ମିଟ କରି ବିଜେପି ବିରୁଦ୍ଧରେ ଶକ୍ତ ଗର୍ଜିଛି । ଏହା ମାମଲା ସାରା ଦେଶରେ ଥମିନଥିବା ବେଳେ ବର୍ତ୍ତମାନ ଆଉ ଗୋଟିଏ ଆରୋପ ଭାରତୀୟ ଜନତା ପାର୍ଟିକୁ ଲାଗିଛି ।

Related Posts