କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ଖୋଲା ବିତର୍କ ପାଇଁ ଖଡଗେଙ୍କୁ ଆହ୍ବାନ ଦେଲେ ଶଶି ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏହି ନିର୍ବାଚନ ପାଇଁ ଏବେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଦଳର ସାଂସଦ ଶଶି ଥରୁର ମଇଦାନରେ ଅଛନ୍ତି। ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ମାହୋଲକୁ ଗରମ କରିଛନ୍ତି ଥରୁର । ସେ ଖଡଗେଙ୍କୁ ସାର୍ବଜନୀନ ସ୍ଥାନରେ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ।ଏହା ପଛରେ ସେ ତର୍କ ରଖିଛନ୍ତି ଯେ ଏହା କରିବା ଦ୍ୱାରା ଦଳରେ ଲୋକଙ୍କ ମଧ୍ୟରେ ଦଳ ପ୍ରତି ଅଧିକ ବିଶ୍ୱାସ ଆସିପାରିବ । ନିକଟରେ ବ୍ରିଟେନରେ କଞ୍ଜରଭେଟିଭ ପାର୍ଟିରେ ନେତୃତ୍ୱ ପାଇଁ ଯେଉଁଭଳି ନିର୍ବାଚନ ହୋଇଥିଲା ସେହିଭଳି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବା ଦରକାର ବୋଲି ଶଶି କହିଛନ୍ତି।

କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର ଏକ ସାକ୍ଷାତକାରରେ ଏହା କହିଛନ୍ତି। ଏହି ସାକ୍ଷାତକାରରେ ସେ ଗାନ୍ଧୀ ପରିବାର ଠାରୁ ନେଇ କଂଗ୍ରେସ ସଂଗଠନ ବାବଦରେ ଅନେକ ପ୍ରତିକ୍ରିୟା ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଅଧ୍ୟକ୍ଷ ହେଲେ କଂଗ୍ରେସର ବର୍ତ୍ତମାନର ସ୍ଥିତିର ଜବାବ ପ୍ରଭାବୀ ନେତୃତ୍ୱ ଏବଂ ସଂଗଠନାତ୍ମକ ସୁଧାରରେ ଆସିବ । ଶଶି ଥରୁର କହିଛନ୍ତି ଯେ, ସଂଗଠନକୁ ଉଚ୍ଚସ୍ତରର ନେତୃତ୍ୱ କରିବାରେ ମୋର ପୂର୍ବ ରେକର୍ଡ ରହିଛି । ସଂଯୁକ୍ତ ରାଷ୍ଟ୍ର ଜନ ସୂଚନା ବିଭାଗର ପ୍ରଭାରୀ ମହାସଚିବ ଭାବେ ମୁଁ ସାରା ବିଶ୍ୱର ୭୭ କାର୍ଯ୍ୟାଳୟରେ ୮ ଶହରୁ ଅଧିକ କର୍ମୀଙ୍କୁ ସମ୍ଭାଳିଛି। ଏହି ଅଭିଜ୍ଞତାକୁ ନେଇ ଆଗାମୀ ଦିନରେ ଦଳକୁ ସୁଦୃଢ଼ କରିବେ ବୋଲି ସେ କହିଛନ୍ତି।

Related Posts