
People’s Empowerment – Enabiling Transparancy and Enhancing Acccountability ବା ‘ପିଠା’ ନାଁରେ ସରକାର ଏକ ନିର୍ବାଚନୀ ପ୍ରହେଳିକା ଆରମ୍ଭ କରିଛନ୍ତି । ଏ କାର୍ଯ୍ୟକ୍ରମ ବାସ୍ତବରେ ‘ପିଟା’ । କିନ୍ତୁ ସରକାର ଗାଁ ଲୋକଙ୍କ ମନରେ ମିଛିମିଛିକା ଖୁସି ସୃଷ୍ଟି କରିବା ପାଇଁ ‘ପିଠା’ ନାଁ ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ ଆଣିଛି ।
ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ମିଡଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ‘ପିଠା’ ଯୋଜନାରେ ରାଜ୍ୟର ୧୫{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} ଦଳିତଙ୍କ ପ୍ରତି ନବୀନବାବୁଙ୍କ ସରକାର ଚରମ ଅନ୍ୟାୟ କରିଛି ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ବାବଦରେ ପ୍ରକାଶିତ ବିଜ୍ଞପ୍ତିରେ ୧୦ଟି ବିଭିନ୍ନ ବିଭାଗର ପ୍ରସଙ୍ଗ ଉପରେ ସଚେତନତା କାର୍ଯ୍ୟକ୍ରମ କରିବାର ଘୋଷଣା ଥିବାବେଳେ ତଫସିଲଭୁକ୍ତ ଜାତି ବା ଦଳିତଙ୍କ ପାଇଁ ନିର୍ଦ୍ଦିଷ୍ଟ କୌଣସି ପ୍ରସଙ୍ଗ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ‘ପିଠା’ କାର୍ଯ୍ୟକ୍ରମ ବାସ୍ତବରେ ବିଜେଡି ସରକାରଙ୍କ ଦଳିତ ବିରୋଧୀ ମନୋଭାବକୁ ପଦାରେ ପକାଇଛି ।
ତା ଛଡ଼ା ଚଳିତ ଆର୍ଥିକ ବର୍ଷରେ ୩/୪ ଭାଗ ସମୟ ସରି ଯାଇଥିବା ବେଳେ ଠିକ୍ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଏ କାର୍ଯ୍ୟକ୍ରମ କରିବା ଅର୍ଥ ଭୋଟ୍ ପାଇଁ ବିଜ୍ଞାପନରେ ନବୀନବାବୁଙ୍କ ଫଟୋ ଦେଖାଇବା ଏକମାତ୍ର ଉଦ୍ଦେଶ୍ୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
Transparancy ଏବଂ Acccountability ଭଳି ଶବ୍ଦ କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ । ନଚେତ ପୂର୍ବରୁ କ’ଣ ସରକାରୀ ଯୋଜନା କାର୍ଯ୍ୟକାରିତାରେ Transparancy ଏବଂ Acccountability ନଥିଲା କି ବୋଲି ପ୍ରଶ୍ନ କରିଛନ୍ତି ସତ୍ୟପ୍ରକାଶ ନାୟକ ।
ତେଣୁ ତୁରନ୍ତ ରାଜ୍ୟ ସରକାର ଏଭଳି ଦଳିତ ବିରୋଧୀ ଯୋଜନାକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।