ଆଉ ୪ ନେତାଙ୍କୁ ବହିଷ୍କାର କଲା କଂଗ୍ରେସ

ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ):  ପୁଣି ୪ ନେତାଙ୍କୁ ବହିଷ୍କାର କଲା ଓଡ଼ିଶା କଂଗ୍ରେସ। ଦଳବିରୋଧୀ କାର୍ଯ୍ୟପାଇଁ ୪ ନେତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କଲା କଂଗ୍ରେସ। ଏ ନେଇ ଏକ ବିଜ୍ଞପ୍ତି ଓଡ଼ିଶା କଂଗ୍ରେସ ପକ୍ଷରୁ ଜାରିକରାଯାଇଛି। 

ତେବେ ଏଥିରେ ଉଲ୍ଲେଖ କରାଯାଇଛି ଯେ ଦଳବିରୋଧି ଏବଂ ଦଳଗତ ବିଶୃଙ୍ଖଳା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ସେହି ୪ ନେତା ହେଉଛନ୍ତି, ଯାଜପୁରର ନରେଶ ମହାନ୍ତି, ମୟୂରଭଞ୍ଜର ଦୀପକ ସୋରେନ, ଗଞ୍ଜାମର ଡି.ମାଧବୀ ଏବଂ କଳାହାଣ୍ଡିର ସୁକାନ୍ତ ଦାସ । ଏମାନଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି।

ସୂଚନାଯୋଗ୍ୟ, କଟକର ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ମଧ୍ୟ ଏକ ଦିନ ପୂର୍ବରୁ କଂଗ୍ରେସ ବହିଷ୍କାର କରିଥିଲା

Related Posts