କଂଗ୍ରେସ ଏକ ବଡ଼ ପାର୍ଟି; ଲୋକ ଆସନ୍ତି ଆଉ ଚାଲିଯାଆନ୍ତି ହେଲେ ଆମେ କାହାକୁ ଦାୟୀ କରୁ ନାହୁଁ: କେ.ସି ଭେନୁଗୋପାଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଦଳ ଛାଡ଼ିବା କଥା ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ସିବଲଙ୍କ ଦଳ ଛାଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଲୋକମାନେ ଆମ ପାର୍ଟୀକୁ ଆସନ୍ତି ଆଉ ଚାଲିଯାଆନ୍ତି ହେଲେ ଆମେ ଏଥିପାଇଁ କାହାକୁ ଦାୟୀ କରୁ ନାହୁଁ ବୋଲି କହିଛନ୍ତି । ଏହା ସହ କପିଲ ସିବଲ ପୂର୍ବରୁ ହିଁ ଦଳର ସଭାପତି ଇନ୍ଦିରା ଗାନ୍ଧିଙ୍କୁ ଏନେଇ ଚିଠି ଲେଖିଥିଲେ । ଲୋକମାନେ ଆମ ଦଳକୁ ଆସନ୍ତି ଏବଂ ଚାଲିଯାଇଥାନ୍ତି ।

କଂଗ୍ରେସ ଏକ ବଡ଼ ପାର୍ଟି । କିଛି ଲୋକ ଦଳ ଛାଡ଼ିପାରିବେ । ଦଳ ଛାଡିଥିବା ବ୍ୟକ୍ତିଙ୍କୁ ମୁଁ ଦାୟୀ କରିବି ନାହିଁ। କାହିଁକିନା କଂଗ୍ରେସରେ ବହୁ ସ୍ଥାନ ଅଛି । ଅନ୍ୟପଟେ ଦଳ ସମ୍ପୂର୍ଣ୍ଣ ରୂପେ ପୁନଃନିର୍ମାଣ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ଅନେକ ଗାଇଡଲାଇନ ରହିବ । ଏଥିପାଇଁ ପ୍ରତ୍ୟେକ କର୍ମୀଙ୍କୁ ଚାକିରି ଦିଆଯିବ । ଏକ ବିସ୍ତୃତ ପୁନର୍ଗଠନ ସହିତ ଆମେ ସାର୍ବଜନୀନ ହେବାକୁ ଇଚ୍ଛା କରୁଛୁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts