କଂଗ୍ରେସ ଏପରି ଏକ ଜାହାଜ, ଯାହାର ତେଲ ସରିଯାଇଛି: କୌଣସି ପାଇଲଟ୍ ଉଡାଇବା ତ ଦୂର କଥା ରନୱେରେ ଦୌଡାଇ ପାରିବେ ନାହିଁ: ରାଜନାଥ ସିଂ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଗସ୍ତରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ । କାଙ୍ଗଡା ଜିଲ୍ଲା ବୈଜନାଥରେ ଏକ ଜନସଭାକୁ ସମ୍ୱୋଧିତ କରିଛନ୍ତି ରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏଠାରେ ସେ ବିଜେପି ପ୍ରାର୍ଥୀ ମୁଲଖ ରାଜ ପ୍ରେମୀଙ୍କ ପାଇଁ ପ୍ରଚାର କରିଛନ୍ତି । ଜନସଭାକୁ ସମ୍ୱାଧିତ କରି ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ରକ୍ଷା ମନ୍ତ୍ରୀ କହିଛନ୍ତି, କଂଗ୍ରେସ ଏପରି ଏକ ଜାହାଜ, ଯାହାର ତେଲ ଶେଷ ହୋଇ ସାରି ଛି। ଏବେ କୌଣସି ପାଇଲଟ୍ ଏହାକୁ ଉଡାଇବା ତ ଦୂର କଥା ରନୱେରେ ମଧ୍ୟ ଦୌଡାଇ ପାରିବେ ନାହିଁ ।

ନିଜ ସମ୍ୱୋଧନରେ ସେ ପାକିସ୍ତାନ ଏବଂ ଆତଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ରକ୍ଷା ମନ୍ତ୍ରୀ ନିଜ ସମ୍ୱୋଧନରେ କହିଛନ୍ତି,’ମୋଦୀ ଜୀ ପ୍ରଧାନମନ୍ତ୍ରୀ ହେବା ପରେ ସେ ଗୃହ ମନ୍ତ୍ରୀ ଥିଲେ । ଆବଶ୍ୟକସ୍ଥଳେ ଆମେ ପାକିସ୍ତାନରେ ପଶି ଆତଙ୍କୀଙ୍କୁ ମାରିଥିଲୁ । ୩୭୦ ଉଚ୍ଛେଦ ନେଇ ଜନସଂଘ ସମୟରୁ ଆମେ କହି ଆସୁଥିଲୁ । ଆମେ ଏହାକୁ ଉଚ୍ଛେଦ କଲୁ, ସମସ୍ତେ ଏହାକୁ ଦେଖିଲେ । ଏହାଛଡା ଆମେ ନାଗରିକତା ଆଇନ ପାରିତ କରୁଛି । ଆମେ କହିଥିଲୁ ଆମ ସରକାର ଆସିଲେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାକୁ ଏବଂ ତାହା ଆପଣଙ୍କ ସାମନାରେ ଅଛି’।

ଏହାସହ ୟୁସିସିକୁ ନେଇ ମଧ୍ୟ ରାଜନାଥ ସିଂ ନିଜ ମତ ରଖିଛନ୍ତି। ସେ ୟୁସିସିକୁ ନେଇ କହିଛନ୍ତି, ସମାନ ନାଗରିକ ସଂହିତା ସମାଜକୁ ଯୋଡିବ।

Related Posts