ଝାରସୁଗୁଡ଼ାରେ ଦୁଇ ଠିକାଦାରଙ୍କ ଗାଡି ଉପରକୁ ଗୁଳିମାଡ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଫୁଟିଲା ଗୁଳି । ଦୁଇଜଣ ଠିକାଦାରଙ୍କ ଗାଡି ଉପରକୁ ଗୁଳିମାଡ ହୋଇଛି । ଅତର୍କିତ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ। ଫଳରେ ଇନୋଭାର କାଚ ଭାଙ୍ଗିଯାଇଥିବା ଜଣାପଡ଼ିଛି ।

ସୌଭାଗ୍ୟ ବଶତଃ ଦୁଇ ଠିକାଦାର ଅମିତ୍ ଅଗ୍ରୱାଲ ଓ ଗୁଡ଼ୁ ଅଗ୍ରୱାଲ ବର୍ତ୍ତିଯାଇଛନ୍ତି । ବାଗଡିହି ନିକଟରେ କାରରେ ଆସୁଥିବା ବେଳେ ପୂର୍ବରୁ ଆକ୍ରମଣ କରିବାକୁ ପ୍ରସ୍ତୁତ ଆତତାୟୀ ଗୁଳି କରି ଫେରାର୍ ହୋଇଯାଇଛନ୍ତି ।

ଘଟଣାସ୍ଥଳରେ ଲଇକେରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଜଣାପଡିଛି ।

Related Posts