କଂଗ୍ରେସ ଭାରତରୁ ବିଲୁପ୍ତ ହେବାକୁ ଯାଉଛି: ଅମିତ ଶାହା

ନୂଆଦିଲ୍ଲୀ: କେରଳରେ ଦକ୍ଷିଣ ଜୋନାଲ୍ କାଉନ୍ସିଲ୍ ବୈଠକରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ଶାହା ରାଜ୍ୟ ତଥା କଂଗ୍ରେସ ଦଳର ଭବିଷ୍ୟତ ସମ୍ପର୍କରେ ସ୍ପଷ୍ଟ ବକ୍ତବ୍ୟ ଦେଇଛନ୍ତି। ଶାହା କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଦକ୍ଷିଣ ରାଜ୍ୟର ଭବିଷ୍ୟତ ଏବଂ ବିଶ୍ୱ ଏବେ କମ୍ୟୁନିଷ୍ଟ ଦଳରୁ ମୁକ୍ତି ପାଇବାରେ ଲାଗିଛି।

କଂଗ୍ରେସ ଉପରେ ଖୋଲା ଖୋଲି ଭାବେ ଆକ୍ରମଣ କରି ଗୃହମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଭାରତରୁ ବିଲୁପ୍ତ ହେବାକୁ ଯାଉଛି ଏବଂ କମ୍ୟୁନିଷ୍ଟ ଦଳ ବିଶ୍ୱରୁ ବିଲୁପ୍ତ ହେବାକୁ ଯାଉଛି।

କେରଳ ଭବିଷ୍ୟତ ହେଉଛି ବିଜେପି। କଂଗ୍ରେସ ଦଳ ଏବଂ କମ୍ୟୁନିଷ୍ଟମାନେ ଅନୁସୂଚିତ ଜନଜାତିର କଲ୍ୟାଣ ପାଇଁ କଦାପି କାମ କରିନଥିଲେ। ସେମାନେ ସେମାନଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବରେ ବ୍ୟବହାର କରିଥିଲେ ବୋଲି ଥିରୁବନନ୍ତପୁରମରେ ଅନୁଷ୍ଠିତ ବିଜେପିର ଦକ୍ଷିଣ ଜୋନାଲ୍ କାଉନ୍ସିଲ୍ ବୈଠକରେ ଅମିତ ଶାହା ଏଭଳି କହିଛନ୍ତି।

ଅମିତ ଶାହାଙ୍କ ଅନୁଯାୟୀ, କଂଗ୍ରେସ ଶାସନ କାଳରେ ଡ.ବିଆର ଆମ୍ବେଦକରଙ୍କ ଅବଦାନକୁ ଅଣଦେଖା କରି ତାଙ୍କୁ ଭାରତ ରତ୍ନ ଦିଆଯାଇ ନଥିଲା। ପରେ କଂଗ୍ରେସ କ୍ଷମତାରୁ ହଟିବା ପରେ ଆମ୍ବେଦକରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

Related Posts