କଂଗ୍ରେସ ନେତା ମନୀଷ ତିୱାରୀଙ୍କୁ ଚନ୍ନୀ ଡ଼ାକିନଥିଲେ କିନ୍ତୁ ଶପଥ ପାଠ ଉତ୍ସବକୁ ଡାକିଲେ ଭଗୱନ୍ତ ମାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭଗୱନ୍ତ ମାନ ପଞ୍ଜାବର ୧୭ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ପାଠ ଉତ୍ସବକୁ କଂଗ୍ରେସ ସାଂସଦ ମନୀଷ ତିୱାରୀଙ୍କୁ ମାନ୍ ଡାକିଥିଲେ ମଧ୍ୟ ସେ ଲୋକସଭା ଚାଲିଥିବାରୁ ଏଥିରେ ଯୋଗ ଦେଇପାରି ନାହାନ୍ତି। ତେବେ ପଞ୍ଜାବର କଂଗ୍ରେସ ସାଂସଦ ଶ୍ରୀ ତିୱାରୀ ନିମନ୍ତ୍ରଣ ପାଇଁ ମାନ୍ଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ନିଜ ଦଳ ଉପରେ ଅସନ୍ତୋଷ ମଧ୍ୟ ଜାହିର କରିଛନ୍ତି। କାରଣ ଯେତେବେଳେ ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେତେବେଳେ ମନୀଷ ତିୱାରୀଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା।

ଶ୍ରୀ ତିୱାରୀ ନିମନ୍ତ୍ରଣ ପତ୍ରର ଫଟୋକୁ ଟ୍ୱିଟ କରି କହିଛନ୍ତି, “ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଭଗୱନ୍ତ ମାନଙ୍କୁ ଶୁଭେଚ୍ଛା ଜଣାଉଛି। ଶପଥ ପାଠ ଉତ୍ସବକୁ ସେ ମୋତେ ଡାକିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। କିନ୍ତୁ ସଂସଦର ଅଧିବେଶନ ଚାଲିଥିବାରୁ ମୁଁ ଶପଥ ପାଠ ଉତ୍ସବରେ ସାମିଲ ହୋଇପାରିନାହିଁ। ସେପଟେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ପାଠ ଉତ୍ସବକୁ ମୋତେ ଡକା ଯାଇ ନଥିଲା। ସେ ମୋର ଜଣେ ବିଧାୟକ ହୋଇଥିଲେ ମଧ୍ୟ ମୋତେ ନିମନ୍ତ୍ରଣ କରି ନଥିଲେ ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି ।

Related Posts