ଶ୍ରୀମନ୍ଦିର ଐତିହ୍ୟ କରିଡର ମାମଲା; ବେଆଇନ ଖନନ ଓ ନିର୍ମାଣ ବିରୁଦ୍ଧରେ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏତଲା ଦେଲେ ପୁରୀ ଓକିଲ ସଂଘ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିବ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ପୁରୀ ଓକିଲ ସଂଘ ପକ୍ଷରୁ ବରିଷ୍ଠ ଓକିଲମାନଙ୍କ ପକ୍ଷରୁ ଏତଲା ଦାଖଲ କରାଯାଇଛି । ଜିଲ୍ଲାପାଳ ଏବଂ ଟାଟା କନ୍ଷ୍ଟ୍ରକ୍ସନ ଓ ଓବିସି କତ୍ତୃପକ୍ଷଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା ଦେଲେ ଆଇନଜୀବୀ ସଙ୍ଘ । ପୂର୍ବରୁ ଲିଗାଲ କମିଟି ବୈଠକ ଏବଂ ସାଧାରଣ ପରିଷଦ ବୈଠକରେ ନିଆଯାଇଥିଲା ନିଷ୍ପତ୍ତି ।

ଆଜି ସିଂହଦ୍ୱାର ଥାନା ଆଇଆଇସିଙ୍କୁ ଶ୍ରୀମନ୍ଦିର ଚୌହଦିରେ ଚାଲିଥିବା ବେଆଇନ ନିର୍ମାଣ ବିରୁଦ୍ଧରେ ଏତଲା ଦେବା ସହ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେପଟେ ଗତ କିଛିଦିନ ତଳେ ନିର୍ମାଣ ସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଏତଲାକୁ ଥାନା ଆଇଆଇସି ଗ୍ରହଣ କରିଥିଲେ ମଧ୍ୟ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ବିରୁଦ୍ଧରେ ତାଙ୍କର ଆଭିମୁଖ୍ୟ କଣ ରହୁଛି ତାହା ଦେଖିବାର ବିଷୟ ।

Related Posts