ଟାର୍ଗେଟରେ କଂଗ୍ରେସ ନେତା; ମୁସେୱାଲାଙ୍କ ହତ୍ୟାପରେ ବର୍ତ୍ତମାନ କଂଗ୍ରେସ ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ହତ୍ୟା ଧମକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟାର୍ଗେଟରେ କଂଗ୍ରେସ ନେତା । ମୁସେୱାଲାଙ୍କ ହତ୍ୟାପରେ ବର୍ତ୍ତମାନ କଂଗ୍ରେସ ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ହତ୍ୟା ଧମକ । ତେବେ ସିଦ୍ଧୁଙ୍କ ଭଳି ତୁମକୁ ବି ହତ୍ୟା କରିବୁ ବୋଲି କଂଗ୍ରେସ ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ଧମକ ଦିଆଯାଇଛି। ହ୍ବାଟସଆପ ମେସେଜ ଜରିଆରେ ରବନୀତ ସିଂହ ବିଟ୍ଟୁଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ଦିନ ସେ ଏକ ମେସେଜ ଗ୍ରହଣ କରିଛନ୍ତି ଯେଉଁଥିରେ ଲେଖାଯାଇଛି ଯେ ତାଙ୍କୁ ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ପରି ହତ୍ୟା କରାଯିବ। ଲୁଧିଆନାରୁ କଂଗ୍ରେସ ସାଂସଦ ଥିବା ରାବନୀତ ସିଂ ବିଟ୍ଟୁଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଏହି ଧମକ ମିଳିିଥିବା ନେଇ ନିଶ୍ଚିତ କରିଛନ୍ତି। ସେପଟେ ମେ’ ୨୯ରେ ମାନସା ଜିଲ୍ଲାରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଉପରେ ୮ଜଣ ସାର୍ପ ସୁଟର ଗୁଳି ଚଳାଇଥିଲେ।

ମୁସେୱାଲାଙ୍କ ଉପରକୁ ଗୁଳି ଚଳାଇଥିବା ୮ଜଣ ସାର୍ପ ସୁଟରଙ୍କ ମଧ୍ୟରୁ ତିନିଜଣ ପଞ୍ଜାବର ହୋଇଥିବା ବେଳେ ହରିୟାଣା ଏବଂ ମହାରାଷ୍ଟ୍ରରୁ ଦୁଇଜଣ ଏବଂ ରାଜସ୍ଥାନରୁ ଜଣେ ଥିବା ଜଣାପଡ଼ିଛି। ତେବେ ହତ୍ୟାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମୁସେୱାଲାଙ୍କ ସମେତ ୪୨୪ଜଣଙ୍କର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ। ତେଣୁ ମୁସେୱାଲାଙ୍କ ହତ୍ୟା ପାଇଁ ତାଙ୍କୁ ଦାୟୀ କରାଯିବା ସହ ସମାଲୋଚନା କରାଯିବାରୁ ମାନ୍ ସରକାର ପୁଣି ଥରେ ୪୨୩ଜଣଙ୍କୁ ସୁରକ୍ଷା ଦିଆଯିବ ବୋଲି ଘୋଷଣା କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts