ତାମିଲନାଡ଼ୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ମହାରାଷ୍ଟ୍ର ଆସନରୁ ଇସ୍ତଫା ଦେଲେ କଂଗ୍ରେସ ନେତା ପି ଚିଦାମ୍ବରମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପି ଚିଦାମ୍ବରମ ତାମିଲନାଡୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ମହାରାଷ୍ଟ୍ରର ଆସନରୁ ଇସ୍ତଫା ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଏ ଖବର ସୋସିଆଲ ମିଡିଆରେ ଚିଦାମ୍ବରମଙ୍କୁ ଉପଭୋକ୍ତାମାନେ ପଚାରିଛନ୍ତି ଯେ ଉଚ୍ଚ ସଦନର ପ୍ରତିନିଧିତ୍ୱ କରୁଥିବା ସମୟରେ ଆପଣ ମହାରାଷ୍ଟ୍ର ପାଇଁ କଣ ତିନୋଟି ବଡ଼ କାମ କରିଛନ୍ତି ?

ଅନ୍ୟପଟେ ପି ଚିଦାମ୍ବରମ୍ ଟୁଇଟ୍ କରି କହିଛନ୍ତି ଯେ ମୋର ତାମିଲନାଡୁ ରାଜ୍ୟସଭାକୁ ନିର୍ବାଚନ ହେବା ପରେ ମୋତେ ମହାରାଷ୍ଟ୍ର ରାଜ୍ୟରୁ ମୋ ଆସନରୁ ଇସ୍ତଫା ଦେବା ଆବଶ୍ୟକ। ଆଜି ମୁଁ ମହାରାଷ୍ଟ୍ର ରାଜ୍ୟ ଆସନରୁ ଇସ୍ତଫା ଦେଇଛି। ଚିଦାମ୍ବରମ୍ ଆହୁରି ଲେଖିଛନ୍ତି- ରାଜ୍ୟସଭାର ମାନ୍ୟବର ଅଧ୍ୟକ୍ଷ ମୋର ଇସ୍ତଫା ଗ୍ରହଣ କରିଛନ୍ତି। ମୋର ମହାରାଷ୍ଟ୍ରର ପ୍ରତିନିଧିତ୍ୱ କରିବାର ଗୌରବ ଥିଲା । ମୁଁ ମହାରାଷ୍ଟ୍ରର ଲୋକଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ, ଶାନ୍ତି ଏବଂ ସମୃଦ୍ଧତା କାମନା କରୁଛି ବୋଲି ପି ଚିଦାମ୍ବରମ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts