ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର ନେଇ ରାଜ୍ୟ ସରକାରଙ୍କୁ ୩୫ ଦିନର ମହଲତ; ଦାବୀ ପୂରଣ ନହେଲେ ଆତ୍ମାହୁତି ଦେବାକୁ ଚେତାବନୀ

ଭୁବନେଶ୍ୱର:ଭୁବନେଶ୍ୱର ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର କରିବାକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବୀ କରିଛନ୍ତି । ଏହି ଦାବୀ ପୂରଣ ନେଇ ସେ ସରକାରଙ୍କୁ ୩୫ ଦିନର ମହଲତ ଦେଇଛନ୍ତି ।

ଭୁବନେଶ୍ୱରରେ ଥିବା ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ରେ ସମସ୍ତ ଅଳିଆ ଆବର୍ଜନ ଠୁଳ ହେଉଛି । ଯାହା ଦ୍ୱାରା ଦ୍ୱାରା ବାୟୁ ପ୍ରଦୂଷଣ ହେଉଛି । ଯାହା ଫଳରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଭୁବନେଶ୍ୱର ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର କରିବାକୁ ଆଜି କଂଗ୍ରେସ ପ୍ରେସମିଟରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବୀ କରିଛନ୍ତି । ବାରମ୍ବାର ଏନେଇ ଦାବୀ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ମଧ୍ୟ କୈାଣସି ସମସ୍ୟାର ସମାଧାନ ହୋଇନାହିଁ ।  ଏହା ସହ ଜଟଣୀ ଅଂଚଳର ୨୭ଟି ଗାଁର ଜମି ଫେରାଇବାକୁ ମଧ୍ୟ ସେ ଦାବୀ କରିଛନ୍ତି । ଏହି ସବୁ ଗାଁରେ କୈାଣସି ସରକାରୀ ଯୋଜନା ୧୦ବର୍ଷରେ କାର୍ଯ୍ୟକାରୀ ହୋଇନାହିଁ । ତେଣୁ ଜାନୁଆରୀ ୨୬ ସୁଦ୍ଧା ଅର୍ଥାତ ୩୫ ଦିନର ମହଲତ ଦେଇ ଏହି ସବୁ ଦାବ ପୂରଣ ନହେଲେ ନବୀନ ନିବାସ ଘେରାଉ କରିବା ସହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ସୁର ।

Related Posts